ତାଳବସ୍ତ ସୁଜିତ ମେମୋରିଆଲ ହଂଗାମା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Creat A Revolution

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) -: କଟକଜିଲ୍ଲା ବାଙ୍କୀ ଦମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ହାଇସ୍କୁଲ ପଡ଼ିଆ ଠାରେ ଷଷ୍ଠ ବାର୍ଷିକ ସୁଜିତ ମେମୋରିଆଲ କପ କ୍ରିକେଟ ହଂଗାମା ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି | ଯେଉଁ ହଂଗାମା ମଟୁର୍ନାମେଣ୍ଟ ବାଙ୍କୀ ବ୍ଲକ ଅଞ୍ଚଳ ର ୮ଟି ଦଳ କୁ ନେଇ ଏହି ଟୁର୍ନାମେଣ୍ଟ ଶୁଭାରମ୍ଭ ହୋଇଥିଲା | କ୍ରିକେଟ ହଂଗାମା ମ୍ୟାଚ ଗୁଡ଼ିକ ୫ ଓଭର ବିଶିଷ୍ଟ ଖେଳା ଯାଇଥିଲା | ସମୟର ଅଭାବ ଯୋଗୁ ଫାଇନାଲ ମ୍ୟାଚରେ ଗୋଟିଏ ଲେଖାଏ ଓଭର ବିଶିଷ୍ଟ ଖେଳାଯାଇଥିଲା |

ତାଳବସ୍ତର ଆୟୋଜକ ବିବିସି ଦଳକୁ ହରାଇ ବାଙ୍କୀ ବିମସୀ ଚମ୍ପିୟାନ ଟ୍ରଫି ହାତେଇବାରେ ସଫଳ ପ୍ରଦର୍ଶନୀ କରିଛି | ଶ୍ରୀରାମ ନାଟ୍ୟ କମିଟି ର ସଭାପତି ବିଶ୍ୱରଂଜନ ସ୍ୱାଇଁ ଙ୍କ ସଂଯୋଜନା ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ | (୧)ସନମାନୀୟ ଅତିଥି ଭାବରେ ଯୁବ ସମାଜସେବୀ ନଳିନୀ କାନ୍ତରାୟ, (୨)ଅମର କୁମାର ଧଳ, (୩) ଦମପଡ଼ା ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, (୪)ତାଳବସ୍ତ ସୋସାଇଟି ସଭାପତି ଅକ୍ଷୟ କୁମାର ବେହେରା (୫)ନ୍ୟାୟ ସରପଞ୍ଚ ଗଦାଧର ବସ୍ତି, (୬)ଶ୍ୟାମ ସୁନ୍ଦର ପରିଡ଼ା, (୭)ଶିକ୍ଷକ ଦୀନବନ୍ଧୁ ସାହୁ | ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଏବଂ ରନର୍ସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ |

ଚଳିତ ବର୍ଷ ହେଉଥିବା | ଭାରତ ଆଉ ପାକିସ୍ତାନ ମଧ୍ୟରେ ହେଉଥିବା ଦିନିକିୟା ମ୍ୟାଚ କୁ ସ୍ମରଣୀୟ କରିବାପାଇଁ | ତାଳବସ୍ତ ଗ୍ରାମର ଯୁବ କ୍ରିକେଟ ପ୍ରେମୀ ମାନେ ଗ୍ରାମରେ ଦିନିକିୟା ଟୁର୍ନାମେଣ୍ଟ ର ଆୟୋଜନ କରିଥିଲେ | ପଡ଼ିଆ ର ଚତୁର୍ପାଶ୍ୱ ରେ ସହସହ କ୍ରିକେଟ ପ୍ରେମୀ ଦର୍ଶକ ଙ୍କ ପଡ଼ିଆଠାରେ ଭିଡ଼ ଜମିଥିଲା |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!