କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଅନ୍ତର୍ଗତ ଗୋଛାପଡା ଶାଖା ନିକଟସ୍ଥ କ୍ରାଣ୍ଡିବାଲି ଉପଶାଖାର ସିଲେରି ଗୁପା ଠାରେ ଦୁଇଦିନ ଧରି ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଛାପଡା ଶାଖା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର କହଁର,ମୁଖ୍ୟ ବକ୍ତା ଗୋଛାପଡା ସରପଞ୍ଚ ଶ୍ରୀ ଯୁଗାନ୍ତ କହଁର, ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଛାପଡା ଶାଖା ଉପସଭାପତି ତଥା ଫିରିଙ୍ଗିଆ ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ଗୋଛାପଡା ଶାଖା ସମ୍ପାଦକ ଆଲୋକ କହଁର, ଯୁଗ୍ମ ସମ୍ପାଦକ ଅର୍ଜୁନ କହଁର, କ୍ରାଣ୍ଡିବାଲି ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ କହଁର, ସମିତି ସଭ୍ୟା ଚିଙ୍କି କହଁର ଯୋଗ ଦେଇଥିଲେ । ତଦ ସହିତ ୯ ଗୋଟି ଉପଶାଖାର ସଭାପତି ଓ ସମ୍ପାଦକ ସମେତ ଗ୍ରାମ୍ୟ କମିଟିର ସଭାପତି ସମ୍ପାଦକ , ଆଶା,ଅଙ୍ଗନ ବାଡ଼ି ଏମ୍ ବି କେ ଏବଂ ଅଞ୍ଚଳର ସମାଜ ପ୍ରେମୀ ବାପା ମାଁ ଭାଈ ଭଉଣୀ ଅଂଶଗ୍ରହଣ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.