ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଏହି ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଛି I
ବିଦ୍ୟାଳୟ ର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଏହି ପ୍ରବେଶିକା ପରୀକ୍ଷା ଟି ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷା ସମୟରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ଅରିବାସୀ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ମହେନ୍ଦ୍ର କୁମାର ମହାନ୍ତ, ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢ଼ୀ, ଗୋଛାପଡା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ ପ୍ରମୁଖ ଉପସ୍ଥିତି ରହି ପରୀକ୍ଷା ପରିଚାଳନା କରିଥିଲେ I
ତେବେ ଚଳିତ ବର୍ଷ ୨୩୧ ଜଣ ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୨୧୯ ଜଣ ଛାତ୍ର ଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ଷାଠିଏ ଜଣ ଛାତ୍ର ଛାତ୍ରୀ ଙ୍କୁ ଚୟନ କରାଯାଇଥିବା ବେଳେ ୩୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି I ତେବେ ଏହି ବିଦ୍ୟାଳୟ ରେ ପାଠ ପଢିଥିବା ଛାତ୍ର ଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଅଭିଭାବକ ମାନେ ମଧ୍ୟ୍ୟ ଖୁସି ବ୍ୟକ୍ତି କରିଛନ୍ତି I ଅନ୍ୟପଟେ ଏହି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରେ ସ୍ଥାନ ପାଇଥିବାରୁ ଅଭିଵାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ଉତ୍ସାହ ଦେଖିବାକୁ ମିଳିଛି I
Discover more from odia.bnslive.in
Subscribe to get the latest posts sent to your email.