ଜି ଉଦୟଗିରି ଏମଏମସି ମେଡ଼ିକାଲ ପରିସରରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ)_ -: ସ୍ଥାନୀୟ ଏମଏମସି ମେଡ଼ିକାଲ ପରିସରରେ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜି.ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଜ କୁମାର ଦେବତାଙ୍କ ନେତୃତ୍ୱରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି । ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ୮ଟି ପଞ୍ଚାୟତରୁ ୪୦୬ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ୨୭୧ ଜଣ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ମିଳିଛି।

ସେମାନଙ୍କ ମଧ୍ୟରୁ ଶ୍ରବଣ ବାଧିତ ୭୦ ଜଣ, ସିକିଲସେଲ ୧୦ ଜଣ,ମାନସିକ ଭିନ୍ନକ୍ଷମ ୫୬, ଚକ୍ଷୁ ଜନିତ ୧୨ ଜଣ,ଅସ୍ଥିଶଲ୍ୟ ବିକଳାଙ୍ଗ ୧୨୩ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୫ ଜଣଙ୍କର ଆବେଦନ ପତ୍ର ରିଜେକ୍ଟ ହୋଇଥିବା ବେଳେ ୧୨ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ସୂଚନା ରହିଛି ।ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ପ୍ରମାଣ ପତ୍ର, ଆବଶ୍ୟକ ଯନ୍ତ୍ରାଂଶ ଯୋଗେଇ ଦେବା ଓ ଭିନ୍ନକ୍ଷମ ଭତ୍ତା ଦେବାର ବ୍ୟବସ୍ଥା କରାଯିବା ନିମନ୍ତେ ଘୋଷଣା କରାଯାଇଛି।

କାର୍ଯ୍ୟକ୍ରମରେ ଏମଏମସି ମେଡ଼ିକାଲ ଅଧିକାରୀ ଡଃ ଦୀପକ କୁମାର ମଲ୍ଲିକ ଆୟୋଜନ କରିବାରେ ସାହାଯ୍ୟ କରିଥିବା ବେଳେ ସେଠାରେ ଅଧ୍ୟୟନରତ ଜିଏନଏମ, ଏଏନଏମ ଛାତ୍ରଛାତ୍ରୀ ମାନେ ବିକଳାଙ୍ଗ ବା ଭିନ୍ନକ୍ଷମ ମାନଙ୍କୁ ପଞ୍ଜିକୃତ କରେଇବା, ହ୍ୟୁଇଲ ଚେୟାର ମାଧ୍ୟମରେ ଡାକ୍ତରଙ୍କ ନିକଟକୁ ପହଞ୍ଚାଇବା, ଠିକ୍ ଭାବରେ ସେମାନଙ୍କର ସମସ୍ୟା ବୁଝିବା ଆଦି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।କାର୍ଯ୍ୟକ୍ରମରେ ବିଏସଏସଓ ସଙ୍ଗୀତା ବେହେରା, ଏପିଓ ଗାୟତ୍ରୀ ସାହୁ, ଡବ୍ଲୁଇଓ ରୋଜାଲିନ ନାୟକ,ସନ୍ତୋଷ ପାତ୍ର, ମାନୁଏଲ ନାୟକ,ବିଶ୍ୱଜିତ ନାୟକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଫଳ ହେବା ନିମନ୍ତେ ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading