ଗୁଡ୍ ସେଫର୍ଡ ଇଂଲିଶ ମିଡିୟମ ସ୍କୁଲ ରେ ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Creat A Revolution

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ପ୍ରତି ବର୍ଷ ଭୋଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡ ସ୍ଥିତ ଗୁଡ୍ ସେଫର୍ଡ ଇଂଲିଶ ମିଡିୟମ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସ୍କୁଲ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଆଗ ଧାଡ଼ିରେ ରହିଥିବା ବେଳେ ସହରର ବହୁ ଛାତ୍ରଛାତ୍ରୀ ଏହି ସ୍କୁଲରେ ଅଧ୍ୟୟନ କରୁଛନ୍ତି ।

ସ୍କୁଲ ପ୍ରିନ୍ସପାଲ କୁନାଲ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ପୁସ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯିବା ସହ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ପରେ ଶିକ୍ଷୟତ୍ରୀ ନିରୁପମା ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ମୁଖ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷା ସୁଷମା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ଼ଃ ନଳିନୀ କୁମାର ପାଣିଗ୍ରାହୀ ,ଅନ୍ୱେଷା ହଷ୍ଟେଲ ସୁପରିଟଣ୍ଡେଣ୍ଟ ସୁଧୀର କୁମାର ସାହୁ, ବିଦ୍ୟୁତ ବିଭାଗ ଯନ୍ତ୍ରୀ କର୍ମଜିତ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ ।କାର୍ଯ୍ୟକ୍ରମ ଗୁଡ୍ ସେଫର୍ଡ ଇଂଲିଶ ମେଡିୟମ୍ ସ୍କୁଲ୍ ପ୍ରିନ୍ସପାଲ କୁନାଲ ପ୍ରଧାନ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!