ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି କଟାବାଲି କପୁଗୁଡ଼ା ମାହାଗୁଡ଼ା ବରସାହି

Creat A Revolution
           


କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ସାଜିଛି ଖାଲଖମା । ଗାଁକୁ ଯିବା ପାଇଁ ସ୍ଥାୟୀ ରାସ୍ତା ଟିଏ ନାହିଁ । ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ସାହି ରାସ୍ତା କେହେଲି ଗାଣ୍ଡା ପର୍ବତ ଦେଇ ଉପର କଙ୍ଗେରିକିଆ ପର୍ଯ୍ୟନ୍ତ ମାତ୍ର ତିନି କିମ୍ବା ଚାରି କିଲୋମିଟର କିଲୋମିଟର ରାସ୍ତା ସାଜିଛି ମରଣଯନ୍ତା । ଅଞ୍ଚଳ ବାସୀ ଯିବାକୁ ହେଲେ ମାଟି ଖାଲଖମା ରାସ୍ତା ଦେଇ ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ।

ସାହିରେ ୧୨୦ଘରରୁ ଉର୍ଦ୍ଧ ଘର ଥିବା ବେଳେ ଜନସଂଖ୍ୟା ୭୫୦ଉର୍ଦ୍ଧ । ଗାଁ ସାହିକୁ ଯିବାକୁ ହେଲେ ପାଦରେ ଚାଲିକି ଯିବାକୁ ପଡ଼ୁଥାଏ । ଖରା ଦିନେ ଯିବା କିଛି ମାତ୍ରା ଠିକ୍ ଥିବା ବେଳେ ବର୍ଷା ଦିନେ ଖାଲଖମା କାଦୁଆ ରାସ୍ତା ଦେଇ ଯାଉଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ସାହି କୁ ରାସ୍ତା ପାଇଁ ଗ୍ରାମ ବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲ ମଧ୍ୟ କେହି ଏଥିପ୍ରତି ଗୁରୁତ୍ଵ ଦେଉନାହାନ୍ତି ବୋଲି କହିଛନ୍ତି ।

ତେଣୁ ପ୍ରସାସନ ଏଥିପ୍ରତି ଦୃଷ୍ଟି ଦେଇ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ଭମର ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ ,ବିରୁପାକ୍ଷ ପ୍ରଧାନ,ଚୌଧୁରୀ ବିଜୟ ପ୍ରଧାନ ,ଟଙ୍କ ପ୍ରଧାନ, ମନୋଜ ପ୍ରଧାନ, ନିକଲାସ୍ ପ୍ରଧାନ, ବ୍ରହ୍ମା ଯୁବରାଜ ଭୀମରାଜ ମଲିକ,ରବିକିରଣ ପ୍ରଧାନ,ବିମଳ ପ୍ରଧାନ ଗନ୍ଧର୍ବ ପ୍ରଧାନ ଗୌର ବିନ୍ଧାଣୀ, ହେମନ୍ତ ଦିଗାଲ ନରେଶ ବେହେରା ଗ୍ରାମ ବାସୀ ଦାବି କରିଛନ୍ତି କରିଛନ୍ତିି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading