ମଗଡ଼ିଙ୍ଗିଆ ଗ୍ରାମରେ ଖେଳ ପଡ଼ିଆ,ନଳକୂପ ଡ୍ରେସିଂ ରୁମ୍ ଓ ଗାର୍ଡୱାଲ୍ର ଉନ୍ନତିକରଣ କେବେ ?

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଦ୍ୱାରା ନିର୍ମାଣ କରାଗଲା କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା କହିଲେ ନ ସରେ ଲଗାଣ ବର୍ଷାରେ ଧୋଇ ହୋଇ ଯାଉଛି ଯାହା ଫଳରେ ଯୁବ ଗୋଷ୍ଠୀ ବର୍ତ୍ତମାନ

ସେହି ଖେଳ ପଡ଼ିଆରେ ଖେଳିବା ପାଇଁ ମଧ୍ୟ ସୁରକ୍ଷିତ ମନେ କରୁନାହାଁନ୍ତି କାରଣ ପ୍ରାୟ ଦଶ ଫୁଟ ପାଖାପାଖି ରାସ୍ତାରୁ ଉପରେ ରହୁଥିବାରୁ ଖେଳ ପଡ଼ିଆର ମାଟି ଖସି ଖସି ଆସୁଛି ଖେଳ ପଡ଼ିଆ ପାଇଁ ମୁଖ୍ୟ ଦାବି ଗୁଡ଼ିକ ହେଉଛି ଖେଳ ପଡ଼ିଆ ପାର୍ଶ୍ୱରେ ଗାଡ଼ୱାଲ୍ ପାନୀୟଜଳର ବ୍ୟବସ୍ଥା ଦର୍ଶକଙ୍କ ପାଇଁ ଗାଡ଼ୱାଲ୍ ଡ୍ରେସିଂ ରୁମ୍ ଓ ପାନୀୟଜଳ ଆଦି ନିର୍ମାଣ ପୂର୍ବରୁ ଏହି ବିଷୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଦାବି ଦିଆଯାଇଥିଲା ବର୍ତ୍ତମାନ

ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଦାବି ଜଣାଇଛନ୍ତି ମଗଡ଼ିଙ୍ଗିଆ ଗ୍ରାମର କିଛି ଯୁବ ଗୋଷ୍ଠୀ ଆଜିକା ସମୟରେ ଛଟ ଛଟ ଗ୍ରାମ ଗୁଡ଼ିକରେ ମଧ୍ଯ ଖେଳ ପଡ଼ିଆ ନିର୍ମାଣ ହୋଇଯାଇଛି ମଗଡ଼ିଙ୍ଗିଆ ଏକ ବଡ଼ ଗ୍ରାମ ହୋଇଥିବା ବେଳେ ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଛଡ଼ା ଅନ୍ୟ ପ୍ରଶାସନ ଏହି ଖେଳ ପଡ଼ିଆକୁ କାହିଁକି ସମସ୍ତେ ଅଣଦେଖା କରୁଛନ୍ତି ତାହା ଉପରେ ବିଚାର ବିମର୍ଶ କରିବା ଆବଶ୍ୟକ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading