ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ମଗଡ଼ିଙ୍ଗିଆ କଦାକାମ୍ବା ଗୁଞ୍ଜିଗାଁ ରୁଗୁଡ଼ି ସାହି ପାଙ୍ଗାନାଜୁ ସାହିର ଗ୍ରାମ ବାସୀ ଦାବି

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ ନୂଆଗାଁ ବ୍ଲକର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ମଗଡ଼ିଙ୍ଗିଆ,କଦାକାମ୍ବା,ଗୁଞ୍ଜିଗାଁ,ବ ରୁଗୁଡ଼ି ସାହି , ପାଙ୍ଗାନାଜୁ , ଗ୍ରାମବାସୀ ଦାବି। ଏହି କ୍ଷେତ୍ରରେ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ସାଜିଛି ମରଣଯନ୍ତା ଖାଲଖମା ହେଇ ଏତେ କଦର୍ଯ୍ୟ ହେଇଛି କହିବା ନ ଭଲ। ଗାଁକୁ ଯିବା ପାଇଁ ସ୍ଥାୟୀ ରାସ୍ତା ଟିଏ ନାହିଁ । ମଗଡ଼ିଙ୍ଗିଆ ଛକ ଠାରୁ ସାହି ରାସ୍ତା ଯିବାକୁ ହେଲେ ଗଣ୍ଡା ଗଣ୍ଡା ପର୍ବତ ପାହାଡ଼ ଦେଇ ବଲମରପଦା ପର୍ଯ୍ୟନ୍ତ ମାତ୍ର ତିନି କିମ୍ବା ଚାରି କିଲୋମିଟର ରାସ୍ତା ସାଜିଛି ମରଣଯନ୍ତା ।

ଅଞ୍ଚଳ ବାସୀ ଯିବାକୁ ହେଲେ ମାଟି ଖାଲଖମା ରାସ୍ତା ଦେଇ ଯିବାକୁ ପଡ଼ୁଥିବା ଗ୍ରାମ ବାସୀ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଅଭିଯୋଗ କରିଥିବା ୧୨୦ ପରିବାର ରୁ ଉର୍ଦ୍ଧ ଥିବା ବେଳେ ଜନସଂଖ୍ୟା ୭୫୦ ରୁ ଉର୍ଦ୍ଧ ରହିଥିବା ଜଣାପଡିଛି। ଏହି ଗାଁ ସାହିକୁ ଯିବାକୁ ହେଲେ ପାଦରେ ଚାଲିକି ଯିବାକୁ ପଡ଼ୁଥାଏ । ଖରା ଦିନେ ଯିବା କିଛି ମାତ୍ରା ଠିକ୍ ଥିବା ବେଳେ ବର୍ଷା ଦିନେ ଖାଲଖମା କାଦୁଆ ରାସ୍ତା ଦେଇ ଯାଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟ ପଟେ ସାହି କୁ ରାସ୍ତା ପାଇଁ ଗ୍ରାମ ବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲ ମଧ୍ୟ କେହି ଏଥିପ୍ରତି ଗୁରୁତ୍ଵ ଦେଉନାହାନ୍ତି ବୋଲି କହିଛନ୍ତି ଗ୍ରାମ ବାସୀ। ଏଣୁ ୪ ଖଣ୍ଡ ଗ୍ରାମ କ ନୂଆଗାଁ ପ୍ରଶାସନର ସାବତ ଗାଁ ବୋଲି ଜିଲ୍ଲା ମହଲରେ ଚର୍ଚ୍ଚାର ବିଷୟ ଆଲୋଚନା ହେଉଥିବା ବେଳେ ସରକାରୀ ଦରମା ଶ୍ରେଣୀ ଜିଲ୍ଲା ପାଳ ହେଉ କିମ୍ବା ବ୍ଲକ ବିଡ଼ିଓ ହେଉ ଏମାନଙ୍କର ଖାମଖିଆଲି ଅଖିଆଲି ଇଛା ଶକ୍ତି ମନୋଭାବ ଓ ଅପରାଗତାକୁ ଜିଲ୍ଲା ମହଲରେ ନିନ୍ଦା କରାଯାଇ ଏକ ପ୍ରଶ୍ନବାଚି ସୃଷ୍ଟି ହେଇଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମଗଡ଼ିଙ୍ଗିଆ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ୱାର୍ଡ଼ମେମ୍ବର ଲିପା ମଲ୍ଲିକ କୃଷିକ ମଲ୍ଲିକ ରାଜକିଶୋର ମଲ୍ଲିକ, ବିଜୟ ପ୍ରଧାନ, ବିଶ୍ଵାମିତ୍ର ମଲ୍ଲିକ ଗାଁ ସାଥୀ ଲୋହିତ କୁମାର ମଲିକ,ଗୋବର୍ଦ୍ଧନ ପ୍ରଧାନ,ବିମଳ ବଗର୍ତ୍ତୀ ପ୍ରଧାନ ବଶିଷ୍ଠ ବିନ୍ଧାଣୀ, ଦିଲ୍ଲୀପ ଦିଗାଲ ଶ୍ରମିକ ବେହେରା ଗ୍ରାମ ବାସୀ ଦାବି କରିବା ସହିତ ଦାବି ପୂରଣ ନହେଲେ ଆଗାମୀ କିଛି ଦିନ ଭିତରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ୪ ଖଣ୍ଡ ଗ୍ରାମ ବାସୀ। ଏଣୁ କ ନୂଆଗାଁ ବ୍ଳକ ପ୍ରଶାସନ ଏହି ୪ ଖଣ୍ଡ ଗ୍ରାମ କୁ ରାସ୍ତା ନିର୍ମାଣ କାର୍ଯ୍ୟ କରିଦେବେ ବୋଲି ଆମେ ୪ ଖଣ୍ଡ ଗ୍ରାମ ବାସୀ ଆଶା ଓ ବିଶ୍ବାସ ରଖିଛୁ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading