ଅସହାୟ ମହିଳାଙ୍କୁ ସାହା ହେଲେ ଟ୍ୱିଟର ଗାର୍ଲ ଦୀପା

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଅସହାୟ ମାନଙ୍କ ହକ ଏବଂ ଅଧିକାରର ପାଇଁ ଲଢେ଼ଇ କରିଆସୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ତାଙ୍କର କାର୍ଯ୍ୟ ଗୁଡ଼ିକ ଅସହାୟ ଲୋକମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ।ଏଭଳି ଏକ ମହତ କାର୍ଯ୍ୟ କରି ଦୀପା ସମସ୍ତଙ୍କ ହୃଦୟ ଜିଣି ନେଇଛନ୍ତି।ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ହାଲୁପାଲି ଗ୍ରାମର ଜଣେ ଅସହାୟ ମହିଳା ଶଶିକା କୁମ୍ଭାର(୭୫) ଦୀର୍ଘ ବର୍ଷ ହେଲା ଚାଳିପାରୁ ନଥିଲେ।ସେ ସବୁବେଳେ ଗୁରୁଣ୍ଡି ଗୁରୁଣ୍ଡି ଚଳପ୍ରଚଳ କରି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।ତାଙ୍କର ସେବା ଶୁଶ୍ରୁଷା କରିବା ପାଇଁ ମଧ୍ୟ ତାଙ୍କର କେହି ନାହାନ୍ତି।

ଏଭଳି ସ୍ଥଳରେ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି।ଏଭଳି ସ୍ଥଳରେ ତାଙ୍କୁ ଚଳପ୍ରଚଳ କରିବା ପାଇଁ ଏକ ସାଧନ ଆବଶ୍ୟକ ହେଉଥିଲା।ବିଡମ୍ବନାର ବିଷୟ ଯେ ତାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନିକ ଦୃଷ୍ଟି ମଧ୍ୟ ପଡୁନଥିଲା।ଏଭଳି ସ୍ଥଳରେ ଉକ୍ତ ଅସହାୟ ମହିଳାଙ୍କ ଦୁଃଖ ସହି ନ ପାରି ଗ୍ରାମର ସ୍ୱେଚ୍ଛାସେବୀ ସାନ୍ତନୁ ମାଝୀ ଏକ ଭିଡିଓ ପ୍ରସ୍ତୁତ କରି ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକ ଙ୍କୁ ଯୋଗାଯୋଗ କରିଥିଲେ।ଦୀପା ଉକ୍ତ ଘଟଣାକୁ ଟ୍ଵିଟର(ଏକ୍ସ) ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ତୁରନ୍ତ ଉକ୍ତ ଅସହାୟ ମହିଳାଙ୍କ ପାଖରେ ପ୍ରଶାସନ ପହଞ୍ଚି ଆବଶ୍ୟକ ଟ୍ରାଇ ସାଇକେଲ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇ ଭଟଲି ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।ଏହାପରେ ସେହିଦିନ ଅସହାୟ ମହିଳାଙ୍କ ଘରକୁ ଯାଇ ବ୍ଲକ କର୍ମଚାରୀ ମାନେ ନଥିପତ୍ର ସଂଗ୍ରହ କରିଥିଲେ ଏବଂ ଅଭିଯୋଗ କରିବାର ଗୋଟିଏ ଦିନ ମଧ୍ୟରେ ଅଶହାୟ ମହିଳାଙ୍କ ପାଖେ ପ୍ରଶାସନ ପହଞ୍ଚି ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି।ବର୍ଷ ବର୍ଷ ଧରି ଉପେକ୍ଷିତ ଜଣେ ଅସହାୟ ମହିଳାଙ୍କ ସହାୟତା ପାଇଁ ଦୀପାଙ୍କ ଗୋଟିଏ ଅଭିଯୋଗ ଦ୍ୱାରା ସମସ୍ୟାର ସମାଧାନ ହୋଇଥିବାରୁ ଦୀପାଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading