କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ,ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମରେ I ଏହି ଗ୍ରାମର ବଂଶୀଧର ଦିଗାଲ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବ୍ଲକ କାର୍ଯ୍ଯାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାର ଭତ୍ତା ପାଇଁ ଧାର୍ଯ୍ୟ ବୟସ ସୀମା ଷାଠିଏ କରିଥିବା ବେଳେ ବେଳେ କ ନୂଆଗାଁ ବ୍ଲକର ବହୁ ହିତାଧିକାରୀ ଏହି ବୟସ ସୀମା ଟପି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଭତ୍ତା ମିଳିପାରି ନାହିଁ କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ବଂଶୀଧର ଦିଗାଲ ଦୀର୍ଘ ସାତ ବର୍ଷ ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଅଦ୍ୟାବଧି ସଫଳତା ମିଳିପାରି ନାହିଁ ସାତ ବର୍ଷ ତଳୁ ହିତାଧିକାରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ବଂଶୀଧର ଦିଗାଲ ଆଜି ପର୍ଯ୍ୟନ୍ତ ଭତ୍ତାରୁ ବ୍ଲକ ପ୍ରଶାସନ ବଞ୍ଚିତ ରଖିଛନ୍ତି ତାହା ବୁଝା ପଡ଼ୁନାହିଁ I
ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ବହୁ ବାର ଦରଖାସ୍ତ କରିଥିଲେ ମଧ୍ୟ ସେ ନିରାଶ ହୋଇ ପଡ଼ିଛନ୍ତି ଗତ ବିଜେଡି ସରକାର ଅମଳରେ ସେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଦରଖାସ୍ତ କରିଥିଲେ ତାଙ୍କୁ କେଉଁ କାରଣରୁ ଭତ୍ତା ଦିଆଯାଉ ନଥିବା ନିଜେ ବଂଶୀଧର ଦିଗାଲ ଅଭିଯୋଗ କରିଛନ୍ତି I ତୁରନ୍ତ ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବଂଶୀଧର ଦିଗାଲ ଭତ୍ତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ତାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି I
