ଛତୁ ଚାଷ ଦେଉଛି ରୋଜଗାର, ଆର୍ଥିକ ସ୍ୱାବଲମ୍ବୀ ହେଉଛନ୍ତି ବୃନ୍ଦାବତୀ, ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

Creat A Revolution


ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ

ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ର ୭ ନମ୍ବର ୱାର୍ଡ କୁଲିଆକୁଟି ଗାଁର ବୃନ୍ଦାବତୀ କହଁର ଛତୁ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଥିବା ଦେଖୁବାକୁ ମିଳିଛି l ଫିରିଙ୍ଗିଆ ବ୍ଲକ ରେ ଧାନ ଚାଷ ଛାଡିଦେଲେ ଅନ୍ୟାନ୍ୟ ଚାଷ ପାଇଁ ସେଭଳି କୌଣସି ଜଳ ସେଚନ ର ସୁବିଧା ନଥିବା ବେଳେ ବର୍ତମାନ ଫିରିଙ୍ଗିଆ ବ୍ଲକ ର ରତଙ୍ଗ, ଜାର୍ଗୀ ପଦର, ପୋଡା ପଡା, ଭଳି ପ୍ରାୟ ଗାଁରେ ପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି l

ପ୍ରଶାସନ ର ଚାଷ ପ୍ରତି ବିଭିନ୍ନ ତାଲିମ ପ୍ରଦାନ କରିବା ସହ ଛତୁ, ଗେଣ୍ଡୁ ଫୁଲ, ଡ୍ରାଗନ ଫ୍ରୁଟ, ଷ୍ଟ୍ରବେରୀ ଚାଷ ଭଳି ଚାଷ କରିବାକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି l ତେବେ ଗାଁ ଗାଁ ରେ ବିଭିନ୍ନ ଚାଷ କୁ ଆପଣଉଥିବା ବେଳେ ଠିକ ଭାବରେ ତାଲିମ ହେଉ ନଥିବାରୁ ଚାଷ କରି ବହୁ କ୍ଷତି ସହିବାକୁ ପଡୁଛି l ବୃନ୍ଦାବତୀ ଙ୍କ କ୍ଷେତ୍ରରେ ସେ ଗତ ୪ ବର୍ଷ ପୂର୍ବରୁ ଛତୁ ଚାଷ ପାଇଁ ମନ ବୋଳାଇଥିବା ବେଳେ ପ୍ରତିବର୍ଷ ବର୍ତମାନ ପର୍ଯ୍ୟନ୍ତ ଛତୁ ଚାଷ କରୁଛନ୍ତି l ଆଗରୁ କମ ଛତୁ ଚାଷ କରୁଥୁବା ବେଳେ ଚଳିତ ବର୍ଷ ଭଲ ଛତୁ ଚାଷ ହେବା ସହ ଭଲ ରୋଜଗାର ମଧ୍ୟ ହେଉଥିବା କହିଛନ୍ତି ବୃନ୍ଦାବତୀ l

ଯାହା ଚାଷ ହେଉଛି ଫିରିଙ୍ଗିଆ ବଜାର ରେ ବୁଲାଇ ବିକ୍ରି କରିଥିବା ବେଳେ କେଜି ପ୍ରତି ୧୮0 ରୁ ୨00 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ଓ ପ୍ରତି ୨ ରୁ ୩ ଦିନ ମଧ୍ୟରେ ୯ ରୁ ୧0 କେଜି ପର୍ଯ୍ୟନ୍ତ ଛତୁ ଅମଳ ହେଉଥିବା କହିଛନ୍ତି ବୃନ୍ଦାବତୀ l ବର୍ତମାନ ଧୀଙ୍ଗରି ଛତୁ ଚାଷ କରିଛନ୍ତି ଓ ଖାଉଟି ମଧ୍ୟ ଛତୁ ଭଲ ହୋଇଥିବା ଦେଖି ଖୁସିରେ କିଣୁଛନ୍ତି l ସବୁଠାରୁ ବଡ଼ କଥା ହେଉଛି ଜଣେ ମହିଳା ହୋଇ ନିଜ ଚେଷ୍ଟାରେ ଛତୁ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହୋଇ ନିଜ ପରିବାର କୁ ମଧ୍ୟ ଚଳାଇବାରେ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି l କେବଳ ଏତିକି ନୁହେଁ ନିଜ ବାଡ଼ିରେ ଅଳ୍ପ ଅଳ୍ପ ପରିବା ମଧ୍ୟ ଚାଷ କରୁଥିବା ବେଳେ ଧାନ ଚାଷ ମଧ୍ୟ କରୁଥିବା କହିଛନ୍ତି ବୃନ୍ଦାବତୀ l ଆଗାମୀ ଦିନରେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଆବଶ୍ୟକୀୟ ସରଞ୍ଜାମ ଯୋଗାଇଦେଲେ ଅଧିକ ଚାଷ କରି ଭଲ ୨ ପଇସା ରୋଜଗାର ହୋଇ ପାରିବ ବୋଲି ଆଶା ରଖିଛନ୍ତି ବୃନ୍ଦାବତୀ I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!