ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସଂଘ ତରଫରୁ ଚଉଦ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦେଲେ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ଦାରିଙ୍ଗବାଡି ବ୍ଲକ୍ ରେଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ଥିବା ପାଚିକା ସଂଘ କନ୍ଧମାଳ ଜିଲ୍ଲାର ପାଚିକା ଜିଲ୍ଲା ସଂଯୋଜକ ପପୁ ସାହୁଙ୍କ ନେତୃତ୍ୱରେ ପାଚିକା ମାନଙ୍କ ଏକାଟି ହୋଇ ଏହି ଆନ୍ଧୋଳନ ହୋଇଥିଲା l ଆଜି ଚଉଦ ଗୋଟି ଦାବି ପୁରଣ ପାଇଁ ଦାବି ପତ୍ର ଦେଇଥିଲେ l ଆଉ ସେମାନେ ଦାରିଙ୍ଗବାଡି ସହର ଅତିକ୍ରମ କରି ଅନ୍ଧୋଳନ ସହ ଗୋଷ୍ଟି ଶିକ୍ଷା କେନ୍ଦ୍ରକୁ ପହଞ୍ଚିଥିଲେ ଆଉ ସେମାନେ ଦୀର୍ଘ ବର୍ଷ ହେଲା ସେମାନେ ପାଚିକା କାର୍ଯ୍ୟ କରି ଆସୁଛନ୍ତି l ହେଲେ ସେମାନେ କିଛିମାସ ହେଲା ପାରିଶ୍ରାମିକ ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି l ମଧ୍ୟାହ୍ନ ଭଜନ ପାଚିକା ସହାୟକା କର୍ମଚାରୀ ମାନ୍ୟତା ଦିଆଯାଉ ସର୍ବନିମ୍ନ ମାସିକ ଦରମା ଚବିଶ ହଜାର ଟଙ୍କାକୁ ବୃଦ୍ଧି କରାଯାଉ l

ଯେଉଁ ମାନଙ୍କର ପୂର୍ବ ମାସିକ ଦରମା ପାଇନାହାନ୍ତି ସେମାନଙ୍କୁ ତୁରନ୍ତ ଦେବାର ବ୍ୟବସ୍ତା କରାଯାଉ ପାଚିକା ସହାୟିକା ମାନଙ୍କୁ ୧୦ମାସର ପରିବର୍ତ୍ତେ ୧୨ମାସର ପ୍ରାପ୍ୟ ପ୍ରଦାନ କରିବା ସହିତ ୨୦୨୨ମଇ , ଜୁନ୍ ମାସରେ କାମ କରିଥିବା ସମସ୍ତ ପାଚିକା ମାନଙ୍କୁ ପାରିଶ୍ରମିକ ପ୍ରାପ୍ୟ ପ୍ରଦାନ କରାଯାଉ ସ୍କୁଲ ବନ୍ଦ୍ ସ୍କୁଲ ମିଶ୍ରଣ ଫଳରେ ବାଦ୍ ପଡ଼ିଥିବା ପାଚିକା ମାନଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଦିଆଯାଉ ପାଚିକା ସହାୟକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରାମିକ ପ୍ରଦାନ କରାଯାଉ ପିଲାଙ୍କ ସଂଖ୍ୟା କମ୍ ପାଇଁ ବନ୍ଧ ହୋଇଥିବାଚଉଦ ହଜାର ତିନିଶହ ଅଣାଅଶି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ତୁରନ୍ତ ଖୋଲା ଯାଉ ନ ଖୋଲିଲେ ପିଲାମାନଙ୍କର ଭବିଷ୍ୟତ ସବୁ ନଷ୍ଟ ହେବାରେ ଲାଗିଛି ପାଚିକା ସହାୟିକା ମାନଙ୍କୁ ଚାରି ମାସର ବକେୟା ଶାଢ଼ୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢ଼ୀ ସାମାଜିକ ନିରାପତ୍ତା ବିମା ଭୁକ୍ତ କରାଯାଉ ଅବସର କାଳୀନ ସହାୟତା ରାଶି ଦୁଇ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଉ ଅବସର କାଳୀନ

ବୟସ ସୀମା ପଞ୍ଚଷଠିକୁ ବୃଦ୍ଧି କରାଯାଉ ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟକାମ ରେ ନିୟୋଜିତ କରିବା ବନ୍ଧ କରାଯାଉ ପାଚିକା ମାନଙ୍କୁ ଅସୁବିଧା କାଳୀନ ଛୁଟି ଦେବାର ବ୍ୟବସ୍ତା କରାଯାଉ ମଧ୍ୟାହ୍ନ ଭୋଜନକୁ ଘୋରଇ ସଂସ୍ଥାକୁ ହସ୍ତାନ୍ତର ବନ୍ଧ କରାଯାଉ ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟକାଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ବଜେଟ୍ ରେ ବ୍ୟୟବରାଦ ସହିତ ଛାତ୍ର ଛାତ୍ରୀ ମାନଙ୍କର ଖାଇବା ମୁଣ୍ଡପିଛା ଖର୍ଚ୍ଚ ବୃଦ୍ଧି କରାଯାଉ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁବାତିଲ କରାଯାଉ ଏଭଳି ଦାବିରେ ରାଜରାସ୍ତାରେ ଉଲାଇଛନ୍ତି ଏନେଇ ଓଡ଼ିଶା ସରକରଙ୍କୁ ବିନୀତ ଅନୁରୋଧ କରାଯାଇଛି ଯଦି ଆମୋର ଦାବି ପୂରଣ କରିଦିଅନ୍ତୁ ଆମେ ନିଜ ନିଜ ପାରିବାରିକ କାର୍ଯ୍ୟ ଛାଡ଼ି ପାଚିକା କାର୍ଯ୍ୟ କରି ଆସୁଛୁ ତଥାପି ସରକାର୍ ଆମ ପ୍ରତି ଦୃଷ୍ଟି ଦେଉନାହାନ୍ତି ଆମେ କେମିତି ଚଳିବୁ କେମିତି ବଞ୍ଚିବୁ ପ୍ରତିଦିନ ସକାଳୁ ନଅ ଘଣ୍ଟା ପାଇଞ୍ଚଳିଶ ମିନିଟ୍ ରୁ ଦୀର୍ଘ ଅପରାହ୍ନ ତିନି ଘଣ୍ଟା ଚାରି ଘଣ୍ଟା ପର୍ଯ୍ୟନ୍ତ ଖଟୁଛୁ ହେଲେ ଆମର କିଛି ଫାଇଦା ନାହିଁ ଏଣୁ ପାଚିକା ସଂଘ ଯଦି ଏହି ଦାବିର ଦାବି ପୂରଣ ନ ହେବ ତେବେ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନ ଜାରିରହିବ ବୋଲି କହିଛନ୍ତି ପାଚିକା ସଂଘ କର୍ତ୍ତୃପକ୍ଷ I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading