ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଭାଇ ବିଜେପି ରେ ମିଶିବା ଘଟଣା : ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀଙ୍କ ଭାଇ

Creat A Revolution

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଭାଇ ପ୍ରଦୀପ ବେହେରା ବିଜେପି ରେ ମିସିବା ଘଟଣା ସାରା କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସ୍ପଷ୍ଟୀକରଣ ରଖିଛନ୍ତି ଖୋଦ ମନ୍ତ୍ରୀ ଙ୍କ ଭାଇ ପ୍ରଦୀପ ବେହେରା I ଶୁକ୍ରବାର ତାଙ୍କ ବାସ ଭବନରେ ଆୟୋଜନ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀ ରେ ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର ଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ I

ତେବେ ସମ୍ମିଳନୀରେ ବିଜେପି ରେ ମିଶିବା ଘଟଣାକୁ ମନ୍ତ୍ରୀ ଙ୍କ ଭାଇ ମିଛ ବୋଲି କହିବା ସହ ମୁ ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବରେ ନିରବଛିନ୍ନ ଭାବରେ କାର୍ଯ୍ୟକରି ଆସୁଅଛି ଓ ଆଗାମୀ ଦିନରେ ମଧ୍ୟ୍ୟ ବିଜେଡି ରେ ରହିବି ବୋଲି କହିବା ସହ ମୁ ବିଜେପି ରେ ଯୋଗ ଦେଇନାହିଁ ବୋଲି କହିଛନ୍ତି I ତେବେ ଏହି ଘଟଣାକୁ ନେଇ ସେ ଆଗରୁ ଫିରିଙ୍ଗିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରଜନୀକାନ୍ତ ମଲିକ ଙ୍କୁ ମଧ୍ୟ୍ୟ ଏକ ଲିଖିତ ସ୍ପଷ୍ଟି କରଣ ଦେଇଥିବା ମଧ୍ୟ୍ୟ ସେ କହିଛନ୍ତି I ତେବେ ଗତ ୨୫ ତାରିଖ ଦିନ ଅପରାହ୍ନ ସମୟରେ ଫିରିଙ୍ଗିଆ ଠାରେ ବିଜେପି ର ନବନିଯୁକ୍ତ ଜିଲ୍ଲା ସଭାପତି ପଣ୍ଡିତ ରାମବିଶି ଙ୍କୁ ଦଳତରଫରୁ ସମ୍ବର୍ଦ୍ଧନା ଦେବା ସହ ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା I

ଏହି ସମୟରେ ଫିରିଙ୍ଗିଆ ଇନ୍ଦିରା ଗାନ୍ଧୀ ଛକ ଠାରେ ପ୍ରଦୀପ ବେହେରା ଛିଡା ହୋଇଥିଲେ I ଯେହେତୁ ବିଜେପି ର ଜିଲ୍ଲା ସଭାପତି ପଣ୍ଡିତ ରାମବିଶି ତାଙ୍କର ପୁରୁଣା ବନ୍ଧୁ ସେଥିପାଇଁ ସେ ତାଙ୍କୁ ଶୋଭାଯାତ୍ରା ସମୟରେ ପାଖକୁ ଡାକିଥିଲେ I ସେହି ସମୟରେ ଫିରିଙ୍ଗିଆ ର କିଛି ବିଜେପି ନେତା ଓ କର୍ମୀ ତାଙ୍କ ମୁଣ୍ଡରେ ଏକ ବିଜେପି ଟୋପି ଗାମୁଛା ସହ ଫୁଲମାଳ ଗାଲେଇ ଦେଇଥିଲେ ଓ ଫଟୋ ଉତ୍ତୋଳନ କରିଥିଲେ I ଯଉ ଫୋଟୋ କି ବିଭିନ୍ନ ଗଣ ମାଧ୍ୟମରେ ଛପାଯାଇ ମନ୍ତ୍ରୀଙ୍କ ଭାଇ ବିଜେପି ରେ ଯୋଗଦେଲେ ବୋଲି ଲେଖା ଯାଇଛି I ଏହା ସମ୍ପୂର୍ଣ ମିଥ୍ୟା ବୋଲି ବିଜେଡି ନେତା ପ୍ରଦୀପ ବେହେରା ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟୀକରଣ ରଖିଛନ୍ତି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!