କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ _ -: କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଅନ୍ତର୍ଗତ ଗୋଛାପଡା ଶାଖା ନିକଟସ୍ଥ ଲୁଇସିଂଉପଶାଖାର ତେତେଲପଡା ଗ୍ରାମରେ ମଙ୍ଗଳ ବାର ଓ ବୁଧବାର ଦୁଇଦିନ ଧରି ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୁଇ ସମାଜ ସେବା ସମିତି ସଭାପତି ତଥା ଲୁଇସିଂ ସରପଞ୍ଚ ଶ୍ରୀ ସୁଦର୍ଶନ କହଁର, କହଁର, ମୁଖ୍ୟ ବକ୍ତା ଗୋଛାପଡା ଶାଖା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର କହଁର, ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ କେନ୍ଦ୍ର କୁଇ ସମାଜ ସାଧାରଣ ସମ୍ପାଦକ ଅବନୀ କୁମାର କହଁର,ଗୋଛାପଡା ଉସଭାପତି ତଥା ଫିରିଙ୍ଗିଆ ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ଗୋଛାପଡା ଶାଖା ସମ୍ପାଦକ ଆଲୋକ କହଁର, ଯୁଗ୍ମ ସମ୍ପାଦକ ଅର୍ଜୁନ କହଁର , ବାଲାନ୍ଦାପଡା କଲେଜ ଅଧ୍ୟାପକ ଦିଗାମ୍ବର କହଁର, ସମିତି ସଭ୍ୟ କାଳିଆ କହଁର,ଉପଦେଷ୍ଟା ନବ କିଶୋର କହଁର, ମଞ୍ଜୁଲତା ମଳିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଦିବସରେ ପ୍ରତ୍ୟେକ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଠାକୁର ସ୍ଥାପନ କରାଯାଇ ସାଂଗଠନିକ ଆଲୋଚନା କରାଯାଇଥିଲା । ଦିତୀୟ ଦିବସରେ ସକାଳେ କୁଇ ଜାତୀୟ ପତାକା ଉତ୍ତୋଳନ କରାଯାଇ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇ ସଂଗଠନ ଓ କୁଇ ଜାତି ଏବଂ ଅଞ୍ଚଳର ଉନ୍ନତି ନିମନ୍ତେ ବିଭିନ୍ନ ଦିଗଦର୍ଶନ ଦେଇ ଥିଲେ ।
ଏଥିରେ ଲୁଇସିଂ ଉପଶାଖା ସଭାପତି ରାମଚନ୍ଦ୍ର ମଲିକ,ସମ୍ପାଦକ ଜୟରାମ ମଲିକ, ଉପସଭାପତି ପନାରା କହଁର, ସହସମ୍ପାଦକ ଘାସିରାମ ସାହୁ,ପାଦାମ୍ବର କହଁର, ଉପଦେଷ୍ଟା ଭୁବନେଶ୍ୱର ସାହୁ,ଯୁବ ସଭ୍ୟ ସୁଶାନ୍ତ ସାହୁ ସମେତ ଉପଶାଖାର ସମସ୍ତ କର୍ମକର୍ତ୍ତା ଉତ୍ସବ କୁ ଆୟୋଜନ କରି ଥିଲେ । ୯ ଗୋଟି ଉପଶାଖାର ସଭାପତି ଓ ସମ୍ପାଦକ ସମେତ ଗ୍ରାମ୍ୟ କମିଟିର ସଭାପତି ସମ୍ପାଦକ , ଆଶା ଏବଂ ଅଞ୍ଚଳର ସମାଜ ପ୍ରେମୀ ବାପା ମାଁ ଭାଈ ଭଉଣୀ ଅଂଶଗ୍ରହଣ କରିଥିଲେ । ଶେଷରେ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
