ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶାଖାର ସାଡ଼ିଙ୍ଗିଆ ଡ଼୍ରାଇଭର ସଂଘ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଂଘ ସଭାପତି ସାମନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଜୁ ଭାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହସମ୍ପାଦକ ଘନଶ୍ୟାମ ଭାଇ, କଣ୍ଟାମାଳ ଶ୍ରୀଯୁକ୍ତ ବିଭୁତି ଭୁଷଣ ମହାକୁଡ଼, ସୋନପୁର ଶ୍ରୀଯୁକ୍ତ ମାନଗୋବିନ୍ଦ ଭୂଇଁ, ଜିଲ୍ଲା ଏମ୍ବିଆଇ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଲୋକ ବେହେରା, ସମ୍ପାଦକ ଶ୍ରୀ ମିଥୁନ କୁମାର ଦିଗାଲ, ଫିରିଙ୍ଗିଆ ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନ,ସହ ସମ୍ପାଦକ, ଶ୍ରୀଯୁକ୍ତ ସିମନ ଦିଗାଲ,ଆଡ୍ ମିନି ଶ୍ରୀଯୁକ୍ତ ଉମାକାନ୍ତ ହଂସ,ସାଡିଙ୍ଗିଆ ସଂଘ ସଭାପତି ଶ୍ରୀଯୁକ୍ତ ଅବକାଶ ହଂସ, ଉପସଭାପତି ଶ୍ରୀଯୁକ୍ତ ବାବୁଲା ସାହୁ, ଉପଦେଷ୍ଟା ପୁଷ୍ପଲତା ସାହୁ, ସମ୍ପାଦକ ଶ୍ରୀଯୁକ୍ତ ପଙ୍କଜ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ।
କନ୍ଧମାଳ ଜିଲ୍ଲା ସମୁଦାୟ ୧୨ ଟି ବ୍ଲକ ର ସଭାପତି ସହ କର୍ମକର୍ତ୍ତା ଏବଂ ଫିରିଙ୍ଗିଆ ବ୍ଲକ ରେ ଥିବା ୨୪ ଟି ପଞ୍ଚାୟତ ର ଶତାଧିକ ଡ଼୍ରାଇଭର ଭାଇ ମାନେ ଯୋଗଦେଇ ଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମ ହେବା ପୂର୍ବ ରୁ ଲେଣ୍ଡିରିଗାଁ ଠାରୁ ସାଡିଙ୍ଗିଆ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଡ଼୍ରାଇଭର ଭାଇମାନେ ସାଡିଙ୍ଗିଆ ସଭାସ୍ଥଳ କୁ ପହଞ୍ଚି ଥିଲେ । ଡ଼୍ରାଇଭର ଭାଇମାନେ କିଭଳି ଭାବରେ ପରସ୍ପର ସାଙ୍ଗରେ ସୁସଂପର୍କ ସ୍ଥାପନ କରି ପାରିବେ ଡାଇବର ମାନେ ଗାଡ଼ି ଚଳାଇବାର ସହ କିଭଳି ସମାଜ ସେବା କରିପାରିବେ ଓ ତୃଣମୂଳ ସ୍ତରରେ ସଂଗଠନ କିଭଳି ଭାବରେ ସୁଦୃଢ କରାଯାଇ ପାରିବ ସେ ନେଇ ଆଲୋଚନା ହେବା ସହ ଗାଡ଼ି ଚଳାଇବାର ସମୟ ରେ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ସଭା ମାଧ୍ୟମରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଡ଼୍ରାଇଭର ମାନଙ୍କୁ ସମ୍ମାନୀତ କରାଯାଇଥିଲା ।