ମାନସିକ ଭିନ୍ନକ୍ଷମ ନାବାଳିକାକୁ ଅପହରଣ କରି ନେଉଥିବା ବେଳେ ଅପହରଣ କାରିକୁ ଧରି ପୋଲିସ ର ଜିମାଦେଲେ ଗ୍ରାମବାସୀ

Creat A Revolution

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଦିନକୁଦିନ ବିଭିନ୍ନ ପ୍ରକାର ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଜଣେ ଦଶ ବର୍ଷର ମାନସିକ ଭିନ୍ନକ୍ଷମ ନାବାଳିକା କୁ ଅପହରଣ କରି ନେଉଥିବା ବେଳେ ଗ୍ରାମବାସୀ ଙ୍କ ହାତରେ ଅପହରଣ କାରି ଧରାପଡିବା ପରେ ଅଭିଯୁକ୍ତ କୁ ଗ୍ରାମବାସୀ ପୋଲିସ ର ଜିମା ଦେଇଛନ୍ତି I ଏହି ଘଟଣା ଏବେ ସାରା ଗୋଛାପଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ଏଭଳି ଅଭାବନୀୟ ଘଟଣା ଘଟିଛି ଗୋଛାପଡା ଥାନା ଅଧୀନରେ ଥିବା ପକାରୀ ଗାଁ ରେ I ସୂଚନା ଅନୁସାରେ ଏହି ପକାରୀ ଗାଁ ରେ ଜାଗର ଯାତ୍ରା ଚାଲିଥିବା ବେଳେ ନାବାଳିକା ଜଣକ ଯାତ୍ରା ଦେଖିବା ପାଇଁ ଆସିଥିଲେ I ଏହି ସମୟରେ ଦୁଇଜଣ ଯୁବକ ଏକ ପଲସର ବାଇକ ରେ ଆସି ସମ୍ପୃକ୍ତ ନାବାଳିକା ଙ୍କୁ ବାଇକ ରେ ବସାଇ ଫେରର ହୋଇଯାଇଥିଲେ I

ନାବାଳିକା ଜଣକ ମଧ୍ୟ୍ୟ ଜଣେ ମାନସିକ ଭିନ୍ନକ୍ଷମ ହୋଇଥିବାରୁ କୌଣସି ପ୍ରତିବାଦ ନକରି ଅପହରଣ କାରି ମାନଙ୍କ ସହ ଚାଲିଯାଇଥିଲେ I ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ମଧ୍ୟ୍ୟ ନାବାଳିକାର କୌଣସି ପତ୍ତା ପାଇନଥିଲେ I ପରେ ଶୁକ୍ରବାର ନାବାଳିକା ଜଣକ ଏହି ଗୋଛାପଡା ଥାନା ଅଧୀନରେ ଥିବା ପଳାବୃଡି ଅଞ୍ଚଳରେ ଥିବା ପରିବାର ଲୋକଙ୍କୁ ସୂଚନାମିଳିଥିଲା I ସୂଚନା ପାଇବା ପରେ ପକାରୀ ଅଂଚଳର ଜଣାଶୁଣା ସମାଜସେବୀ ବାବୁଲା କହଁର ଙ୍କ ସହ ପରିବାର ଲୋକେ ଓ ଅନ୍ୟକିଛି ଗ୍ରାମବାସୀ ପଳାବୃଡି କୁ ନାବାଳିକା ଙ୍କୁ ଖୋଜିବାକୁ ଯାଇଥିଲେ I

ଠିକ ଏହି ସମୟରେ ଗ୍ରାମବାସୀ ଙ୍କୁ ଦେଖି ଭୟରେ ଅପହରଣ କାରି ମାନେ ନାବାଳିକା ଜଣକୁ ଏକ ବାଇକ ରେ ନେଇ ଫେରାର ମାରୁଥିବା ବେଳେ ଗ୍ରାମବାସୀ ନାବାଳିକା ଙ୍କୁ ଅପହରଣ କାରି ଙ୍କ କବଳରୁ ଉଦ୍ଧାର କରିବା ସହ ଘଟଣା ସ୍ଥଳରୁ ଜଣେ ଅପହରଣ କାରି ଫେରର ହୋଇଯାଇଥିବା ବେଳେ ଅନ୍ୟଜଣେ ଯୁବକ ଙ୍କୁ ଗ୍ରାମବାସୀ ଧରିବାରେ ସଫଳ ହୋଇଥଲେ I ଏହାପରେ ଗ୍ରାମବାସୀ ଧରାପଡ଼ିଥିବା ଅପହରଣ କାରି ଯୁବକଙ୍କୁ ପୋଲିସ ର ଜିମା ଦେଇଥିଲେ ଇ ପରେ ଘଟଣା ସମ୍ପର୍କ ରେ ନବାଳିକା ର ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଦିଆଯାଇଥିବା ସୂଚନା ମିକିଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତ ନାବାଳିକା କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା ଜାରିରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା I ସେପଟେ ଅପହରଣ ର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡିତନଥିବା ବେଳେ ଅଟକ ଥିବା ଯୁବକ ଜଣକ ପଳାବୃଡି ଗାଁ ର ସଙ୍ଗା ବିନ୍ଧାଣି ଙ୍କ ପୁଅ ଚନ୍ଦନ ବିନ୍ଧାଣି ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣେ ଗୋଛାପଡା ଥାନା ପାହିରେଜୁ ଗାଁ ର ଶୁକଦେବ ବିନ୍ଧାଣି ଙ୍କ ପୁଅ ଲୁନା ବିନ୍ଧାଣି ବୋଲି ଜଣାପଡିଛି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!