ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ, ୪କିଲୋମିଟର ରାସ୍ତା ମରଣ ଯନ୍ତା

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -:

ଗାଁକୁ ପକ୍କା ରାସ୍ତା ନିର୍ମାଣ ହେଇନି ପ୍ରତି ବର୍ଷ ପ୍ରଶାସନ ତରଫରୁ ରାସ୍ତାରେ ମାଟି ଓ ମୋରମ୍ ପକାଇ ସମତଳ କରାଯାଉଛି ହେଲେ ବର୍ଷା ଦିନ ଆସିଲେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଉଛି ତେଣୁ ଗାଁକୁ ଆମ୍ବୁଲାନ୍ସ ଆସିବା କଷ୍ଟ ସାଧ୍ୟ ହୋଇପଡ଼ୁଛି ଏହି ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆରେ ବହି ନେବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଅଭିଶପ୍ତ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଆଡ଼ିମାହା ପଞ୍ଚାୟତ ଗଡ଼ିପଦର ଟହଟକୁପ୍ଡ଼ା ଗ୍ରାମବାସୀ ଏହି ଆଦିବାସୀ ସଂପ୍ରଦାୟ ୪୫ପରିବାର ବସବାସ କରନ୍ତି ସମସ୍ତେ କୁଲି କାମ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି କିନ୍ତୁ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଅଡ଼ିମାହା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ କିଲୋମିଟର 3 କିମ୍ବା 4 କିଲୋମିଟର ଗଡ଼ିପଦର ଓ ଟହଟକୁପ୍ଡ଼ା କୁ ଭଲ ପକା ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ

ଏ ନେଇ ବାରମ୍ବାର ଅଭିଯୋଗ କଲେ ପଞ୍ଚାୟତ ତରଫରୁ ମନରେଗା ମାଧ୍ୟମରେ ରାସ୍ତା ମାଟି ପକାଇ ଦିଆ ଯାଇଛି ଫଳରେ ବର୍ଷା ହେଲେ ଯୋଉ କଦର୍ଯ୍ୟ କୁ ସେଇ କଦର୍ଯ୍ୟ ଅବସ୍ଥା କୁ ସେଇ ଅବସ୍ଥା ଚାଲିଆସିଥାଏ ଅନ୍ୟପଟେ ଖାଲଖମା ରାସ୍ତା ଦେଇ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ଗର୍ଭବତୀ ମହିଳା ତଥା ଗୁରୁତର ରୋଗୀଙ୍କୁ ପାଖାପାଖି 3 କିଲୋମିଟର ରୁ 4 କିଲୋମିଟର ଖଟିଆରେ ବୋହି ନେବା ପରେ ଆମ୍ବୁଲାନ୍ସ ରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥାଏ ପଥୁରିଆ ଓ ଖାଲଖମା ରାସ୍ତା ଯୋଗୁଁ ଆଡ଼ିମାହା ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ୍ ଓ ଭତ୍ତା ଆଣିବା ସମୟରେ ହିତାଧିକାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗଡ଼ିପଦର ଟହଟକୁପ୍ଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading