ଏକ ବର୍ଷ ହେଲା ଜଳୁନି ଷ୍ଟ୍ରିଟ ଲାଇଟ୍ ରିପିଆର ପାଇଁ ଦାବି

Creat A Revolution

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -:

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ ରାଇଗୁଡା ଗ୍ରାମର ଛକ ନିକଟରେ ଥିବା ଷ୍ଟ୍ରିଟ ଲାଇଟ୍ ଆଜକୁ ପ୍ରାୟ ଏକ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି ।

ଏହି ବିଷୟରେ ଲାଇନମେନକୁ ବାରମ୍ବାର ଅବଗତ କରି ପଞ୍ଚାୟତକୁ ଜଣାଇ ଥିଲେ ମଧ୍ୟ ରିପିଆର ପାଇଁ ଆସୁନାହାଁନ୍ତି । ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ମେନ୍ ରୋଡ଼ ପାଖରେ ଧର୍ମ ମଣ୍ଡପ ଥିବାରୁ ରାତ୍ରୀ ମଣ୍ଡପ ରୁ ଚୋରି ହେବାର ଆଶଙ୍କା ରହିଅଛି । ତେଣୁ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଦୃଷ୍ଟି ଦେଇ ଯଥାଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!