ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନୋଡାଲ ସ୍କୁଲ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି I ତେବେ ଫିରିଙ୍ଗିଆ ବ୍ଲକ ସହକାରୀ ଶିକ୍ଷକ ଓ ଗଣ ଶିକ୍ଷକ ସଙ୍ଘ ତରଫରୁ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରାଯାଇଥିବା ବେଳେ ନିକଟରେ ଚାକିରିରୁ ଅବସର ଗ୍ରହଣ କରିଥିବା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଞ୍ଚାୟତ ଅଧୀନରେ ଥିବା ସାରୁମାହା ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ପ୍ରଧାନ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I
ସଙ୍ଘର ସମ୍ପାଦକ ଅକ୍ଷୟ କୁମାର ସାହୁ ସଭାପତିତ୍ୱ ରେ ସଂଗଠନ ସମ୍ପାଦକ ଆରତ କର୍ଣ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶିବାଜୀ କହଁର,ସଙ୍ଘର ସଭାପତି ରସାନନ୍ଦ ଦିଗାଲ,ମିଳିତ ଶିକ୍ଷକ ମଞ୍ଚ ର ସଭାପତି ସିମାଞ୍ଚଳ ମୁଖି, ସମ୍ପାଦକ ମୃତ୍ୟୁଞ୍ଜୟ କହଁର, ନୂତନ ପେନସନ ଭୋଗୀ ଶିକ୍ଷକ ସଙ୍ଘର ସଭାପତି ଅଜିତ କୁମାର ବେହେରା ଓ ସମ୍ପାଦକ ରାଜେଶ କୁମାର ନାଏକ, ପୂର୍ବତନ ସାଧନ କର୍ମୀ ଦୁର୍ଯୋଧନ ହଁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ତେବେ ଅବସର ଗ୍ରହଣ କରିଥିବା ଶିକ୍ଷକ ଙ୍କ ଘର ଏହି ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଞ୍ଚାୟତ ର ପାଦେରୀପଡା ରେ ହୋଇଥିବା ବେଳେ ସେ ଏହି ଫିରିଙ୍ଗିଆ ବ୍ଲକ ରେ ହିଁ ତାଙ୍କର ଚାକିଜୀବନ ଆରମ୍ଭ କରିଥିଲେ I ପ୍ରଥମେ ସେ ସ୍ବେଛାସେବୀ ଶିକ୍ଷକ ରୁ ଚାକିରି ଆରମ୍ଭ କରି ପରବର୍ତୀ ସମୟରେ ଗଣ ଶିକ୍ଷକ ଭାବରେ ପଦନ୍ନୋତି ପାଇଥିଲେ I ଦୀର୍ଘ ବାଇଶି ବର୍ଷ ଚାକିରୀ କରିବା ପରେ ସେ ଗତ ୨୮ ତାରିଖ ଚାକିରିରୁ ଅବସର ଗ୍ରହଣ କରିଥିଲେ I
ଅନ୍ୟପରେ ଶ୍ରୀ ପ୍ରଧାନ ଜଣେ ଅମାୟିକ ଛାତ୍ର ବତ୍ସଲ ଓ ସରଳ ପ୍ରକୃତିର ମଣିଷ ହୋଇଥିବା ବେଳେ ତାଙ୍କୁ ଏହି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସମୟରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟ୍ୟରେ ଏକ ପ୍ରକାର ଭାବ ବିହୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା I ଅନ୍ୟପଟେ ଗୁରୁପୂଜନ କାର୍ଯ୍ୟକ୍ରମ ପରେ ପରେ ଶିକ୍ଷକ ଙ୍କୁ ମାନପତ୍ର ଓ ଉପଢୁକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ସେପଟେ ଏହି ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କ ର ଅନେକ ସମସ୍ୟା ଲାଗିରହିଥିବା ବେଳେ ସମସ୍ୟାର ସମଧାନ ପାଇଁ ସଙ୍ଘ ତରଫରୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଥିଲା I କାର୍ଯ୍ୟକ୍ରମ ରେ ଶିକ୍ଷକ ସଙ୍ଘର ଅରୁଣ ପାଣିଗ୍ରାହୀ, ଜୀବିତ ଦିଗାଳ, ମମତା ମଞ୍ଜରୀ ରଣା, ଦ୍ରୋପଦୀ ଦିଗାଳ,ଅଜିତ କୁମାର ମୁଖି ଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବା ବେଳେ ବ୍ଲକ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତଥିଲେ I
Discover more from odia.bnslive.in
Subscribe to get the latest posts sent to your email.