ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି ଅଞ୍ଚଳ ବାସୀ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -:

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଢ଼ୁତେଲି ପଞ୍ଚାୟତର ନନ୍ଦମାହା ଗ୍ରାମରେ ଆଜିବି ଲୋକେ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି। ୪ ଟି ସାହିରେ ପାନୀୟ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନନ୍ଦମାହା ଗ୍ରାମର ମୁଟୁକୁଟି,କୁତାଙ୍ଗପିପଲ,ସାହିର ୧୧ ପରିବାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।

ଏହି ସାହିରେ ପାନୀୟ ଜଳ ସମସ୍ୟା ରହିଥିବା ରୁ ବର୍ଷା ଖରା ନାଳ ଚୂଆ ପାଣି ବ୍ୟବହାର କରୁଛନ୍ତି ।ମୁଟୁକୁଟି ସାହିରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ବହୁଦିନ ରୁ ଖରାପ ହୋଇପଡ଼ି ରହିଛି । ପାନୀୟଜଳ ସମସ୍ୟା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦାବି କରିଛନ୍ତି କିନ୍ତୁ ଆଜି ଯାଏଁ ପାନୀୟ ଜଳ ସମସ୍ୟା ସମାଧାନ ହୋଇନଥିବା ନନ୍ଦମାହା ଗ୍ରାମ ବାସୀ ସମେତ ମୁଟୁକୁଟି ସାହିର ଶୈଉଦାମିନି କହଁର, ସଂଯୁକ୍ତା ବିନ୍ଧାଣି, ନମିତା ଦିଗାଲ, ଦେନ୍ଦେ ଦିଗାଲ, ରଞ୍ଜନା ଦିଗାଲ, ପ୍ରେମ ଶିଳା କହଁର, ପବିତ୍ର ମୋହନ କହଁର, ସମେତ ଅଞ୍ଚଳ ବାସୀ ଦାବି କରିଛନ୍ତି କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading