ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

Creat A Revolution
           

ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି )-: ସାରା ରାଜ୍ୟରେ ବିଯୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମାହା ସମାରୋହରେ ପାଳନ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଜୁ ଜନତା ଦଳ ତରଫରୁ ମଧ୍ୟ୍ୟ ବିଜୁ ବାବୁଙ୍କ ଏହି ଜୟନ୍ତୀ କୁ ମହାସମାରୋହରେ ପାଳନ କରାଯାଇଛି I

ତେବେ ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା, ପୂର୍ବତନ ଫୁଲବାଣୀ ବିଧାୟକ ଦୁଗୁନୀ କହଁର, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଳ, ବ୍ଲକ ଉପସଭାପତି ପ୍ରଦୀପ କୁମାର ବେହେରା, ପଞ୍ଚାୟତ ସମିତି ଅଧକ୍ଷା ନମିତା କହଁର, ପଞ୍ଚାୟତ ସଭାପତି ପ୍ରତାପ ସାହୁ, ପବିଙ୍ଗିଆ ସମିତି ସଭ୍ୟ ବିରଞ୍ଚି ମଳିକ, ବରିଷ୍ଠ ବିଜେଡି ନେତା ବିରଞ୍ଚି ଦିଗାଳ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I

ଏହି ଅବସରରେ ଫିରିଙ୍ଗିଆ ବ୍ଲକ ଛକ ଠାରେ ଥିବା ସ୍ବର୍ଗତ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନଙ୍କ ସହ ଦଳର କର୍ମୀ ଓ ନେତା ମାନେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ପରେ ଏକ ଶ୍ରଦ୍ଧଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରୁତି ଚରଣ କରାଯାଇଥିଲା I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading