ମହିଳା ମାନଙ୍କ ମୁହଁରେ ହସ ଫୁଟାଇ ଦେଇଛି ଦାରିଙ୍ଗବାଡି ଜାଗୃତି

Creat A Revolution
           

କନ୍ଧମାଳ -: ଦାରିଙ୍ଗବାଡି ମୁ ଆଜି ଏକ ନୁଆ ଅପଡେଟ ଦେବାକୁ ଚାହେଁ ଦାରିଙ୍ଗବାଡି ବ୍ଲକ୍ ରେଥିବା ପ୍ରତି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଶିଶୁ ଗୃହ ଖୋଲିବା ବ୍ୟବସ୍ଥା କରିଛି ଦାରିଙ୍ଗବାଡି ଜାଗୃତି ଏବଂ ଅଜିମ୍ ପ୍ରେମଜି ଫାଉଣ୍ଡେସନ୍ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି ସେଥିମଧ୍ୟରୁ ଆଜି ସାତ ଗୋଟି ଶିଶୁ ଗୃହଗୁଡ଼ିକ ବିଭିନ୍ନ ସ୍ଥାନରେ ଉଦ୍ ଯାପନ କରିଛି ଜାଗୃତି ଏହି ଉଦ୍ ଯାପନ କାର୍ଯ୍ୟକ୍ରମ ଜାଗୃତି ର ପ୍ରକଳ୍ପ ପରିଚାଳକ କୈଳାଶ ଚନ୍ଦ୍ର ବେହୁରା, କ୍ଲୋଷ୍ଟର ସଂଯାଯୋକ ମହେନ୍ଦ୍ର ପରିଡ଼ା, ଦକ୍ଷ ତାଲିମ୍ ପରିଚାଳକ ଦିରେନ୍ କୁମାର୍ ଦିଗାଲ, ସୁପର୍ ଭାଇଜର୍ ଶକ୍ତିନି ବେହେରା, ଫିରୋଜ୍ ପ୍ରଧାନ ସମେତ ଆଶା କର୍ମୀ ୱାର୍ଡ ମେମ୍ବର କମିଟି କର୍ମକର୍ତ୍ତା ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଶିଶୁ ଗୃହ ଗୁଡ଼ିକ ବହୁତ ବର୍ଷ ହେବ ଦାରିଙ୍ଗବାଡି ର ଜାଗୃତି ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ପ୍ରକାର ମାଧ୍ୟମରେ କାର୍ଯ୍ୟକରି ଆସୁଛି ଏଭଳି କାର୍ଯ୍ୟ କରୁକରୁ ଦେଖିଲା ଯେ ଦାରିଙ୍ଗବାଡି ଉପାନ୍ତ ଅଞ୍ଚଳରେ ଚାଷୀ ଭାଇ ଭଉଣୀ ରହୁଛନ୍ତି ସେମାନଙ୍କର ସେମାନେ ପାଳନ ପୋଷଣ ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି ଦିନ ପାଇଲେ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଯାଇଥାନ୍ତି ହେଲେ ସେମାନେ ସଠିକ୍ ସମୟରେ ଶିଶୁମାନଙ୍କୁ ଖାଦ୍ୟ ଦେଇପାରନ୍ତି ନାହିଁ l

ଏହାର ଅଭାବରେ ଅଧିକାଂଶ ଶିଶୁମାନେ ପୁଷ୍ଟି ହିନ ହୋଇଥାନ୍ତି ଶାରୀରିକ ଅସୁସ୍ଥ ହୋଇ ପଡ଼ନ୍ତି ଶିଶୁମାନେ ଆଉ ମହିଳା ମାନେ ମଧ୍ୟ ନିଜ ପାଖରେ ଛଟ ଶିଶୁ ଥିବାରୁ ଖରାରେ ବର୍ଷାରେ କାମକୁ ଯିବାରେ ବଡ଼ ମୁସ୍କିଲ୍ ହୋଇଥାଏ ଏଣୁ ଏହା ଆଖି ଆଗରେ ରଖି ଦାରିଙ୍ଗବାଡି ଜାଗୃତି ଏକ ନିଷ୍ପତି ନେଲା ଚାଷୀ ଭାଇ ଭଉଣୀ ମାନଙ୍କୁ ରୋଜଗାର କ୍ଷମ କରିବା ପାଈଁ ସାହାଯ୍ୟ ହେବ ଏହାକୁ ଦୃଷ୍ଟିରେ ରଖି ପ୍ରତି ଗାଁରେ ଶିଶୁ ଗୃହ ଖୋଲିଲେ ଶିଶୁ ମାନଙ୍କୁ ସେଠାରେ ରଖି ଚାଷ କାମକୁ ଯିବେ ଚାଷୀ ମାଆ ଭଉଣୀମାନେ ଏହା ନିଷ୍ପତି ନେଇ ଦୀର୍ଘ ବର୍ଷ ଯୋଜନା କରି ଆସିଥିବା ଜାଗୃତିର ଶପ୍ନ ପୂରଣ କରିଛି ଦାରିଙ୍ଗବାଡି ଜାଗୃତି ଏଣୁ ଏହା ଏକ ଦାରିଙ୍ଗବାଡି ବ୍ଲକ୍ ପାଇଁ ଅତି ଆନନ୍ଦର ବିଷୟ ବା ଗୌରବର ବିଷୟ ଅଟେ ହେଲେ ଯେଉଁ ଶିଶୁ ଗୃହ ଗୁଡ଼ିକ ଖୋଲାଯାଇଛି ସେଠାରେ ପିଲାମାନଙ୍କୁ ଯତ୍ନ ତତ୍ପ ନେବାପାଇଁ ପ୍ରତ୍ୟେକ ଗୋଟିଏ ଶିଶୁ ଗୃହରେ ଦୁଇ ଜଣ ଲେଖାଏଁ ଶିଶୁ ସେବିକା ମାନଙ୍କୁ ନିୟୋଜିତ କରାଯାଇଛି l

ସେମାନେ ପ୍ରତିଦିନ ଶିଶୁମାନଙ୍କୁ ସକାଳ ନଅ ଘଣ୍ଟା ସମୟ ଠାରୁ ମଧ୍ୟାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ଶିଶୁ ଶେବିକା ମହିଳା ମାନେ ସେବା ଯତ୍ନ କରିବା ସହ ଶିଶୁମାନଙ୍କର ଶାରୀରିକ ସ୍ଵାସ୍ଥ୍ୟ ଉପରେ ଗୁରୁତ୍ବ ଦେବେ ଯଦି ଯେ କୌଣସି ସମୟରେ ଶିଶୁ ର ଦେହ ଖରପ୍ ହେବ ତେବେ ନିଜ ଗାଁ ରେଥିବା ଆଶା କର୍ମୀ କିମ୍ୱା ଅଙ୍ଗନବାଡ଼ି କେନ୍ଦ୍ରକୁ ନଚେତ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଶିଶୁମାନଙ୍କୁ ଶାରୀରିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇବାର ମଧ୍ୟ ବ୍ୟବସ୍ଥା କରିଛି ଏହି ସଂସ୍ଥା ସେପଟେ ଏହି ଶିଶୁସେବା କାର୍ଯ୍ୟକ୍ରମ ଆରମ୍ବହେବାରୁ ସମସ୍ତେ ଖୁସି ଅଟନ୍ତି ପ୍ରତିଦିନ ବିଭିନ୍ନ ପ୍ରକାରର ପୃଷ୍ଟିକର ଖାଦ୍ୟ ଶିଶୁମାନଙ୍କୁ ଦିଆଯିବ ଜାହାରି ଫଳରେ ଶିଶୁ ମାନଙ୍କର ଶାରୀରିକ ମାନସିକ ବଢ଼ିବ ଏନେଇ ମଧ୍ୟ ଏହା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଶିଶୁ ଅଧିକାରୀ ଦାରିଙ୍ଗବାଡି ସୁପର୍ ଭାଇଜର୍ ଶକ୍ତିନୀ ବେହେରା ଏଣୁ ଏହା ସମସ୍ତଙ୍କ ପାଇଁ ସାହାଯ୍ୟ ଦାୟକ ବୋଲି କୁହାଯାଉଛି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading