୩ବର୍ଷ ହେଲା ରାସ୍ତାକାମ ସରୁନି, ଯାତାୟତ ବାଧାପ୍ରାପ୍ତ

Creat A Revolution
           

ଦାରିଙ୍ଗବାଡି -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସିମନବାଡ଼ି ୫୯ନମ୍ୱର୍ ଜାତୀୟ ରାଜପଥ ଠାରୁ ରାଇକିଆ ବ୍ଲକ୍ ମହକୁମା କୁ ସଂଯୋଗ ହୋଇଥିବା ରାସ୍ତା ଆଜକୁ ୩ବର୍ଷରୁ ଉର୍ଦ୍ଧ ହେଲା କାହାର ନଜର ପଡୁନାହିଁ ସେହି ରାସ୍ତାରେ ପ୍ରତିଦିନ ସହସ୍ର ଯାତ୍ରୀବାହୀ ମାଲବାହୀ ଗାଡ଼ି ଗୁଡ଼ିକ ରାଜ୍ୟ ଏବଂ ବାହାର ରାଜ୍ୟକୁ ଯାତାୟତ କରୁଛି ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ରାଜ୍ୟ ବାହାରୁ ମଧ୍ୟ ଆସିଥାନ୍ତି ସେହି ରାସ୍ତା ଦେଇ ହେଲେ ରାସ୍ତାର ଅବସ୍ଥା ଏତେ ମାତ୍ରାରେ ଖରାପ୍ ହେଇଛି ଯେ ଚାଲିକି ହିଁ ଯାଇହେବ ବଡ଼ ବଡ଼ ମେଟାଲ୍ ଗୁଡ଼ି ସବୁ ବାହାରିଛି ସବୁ ଖାଲ ଖମା ହୋଇଛି ସେହି ରାସ୍ତା ସିମନବାଡ଼ି ଠାରୁ ସିକକେତା ପର୍ଯ୍ୟନ୍ତ ୨୫କିଲୋମିଟର ଦୁର ବୋଲି ଆକୋଳନ କରାଯାଉଅଛି ଏହି ରାସ୍ତା କାମ ଠିକା ନେଇଥିବା ଠିକାଦାର ବାବୁ ଜଣକ କଣ କରୁଛନ୍ତି ନା ଶୋଇ ପଡିଛନ୍ତି ପ୍ରଶାସନ ମଧ୍ୟ ତାଙ୍କୁ ଚେତେଇ ପାରୁନି ସେପଟେ ସେହି ରାସ୍ତାରେ ଯିବା ଲୋକେ କଷ୍ଟ ଭଗୁଛନ୍ତି I

ରାସ୍ତା ମେସିନ୍ ସାହାଯ୍ୟରେ ଖୋଳା ଯାଇଛି ଧୁଳି ବାଲି ଉକୁଳୁଛି ତାହା ପାଖରେ ବସ ବାସ କରି ଆସିଥିବା ଲୋକଙ୍କ ଘର ଭିତରେ ପଶୁଛି ଯାତାୟତ କରୁଥିବା ଲୋକଙ୍କ ଆଖିରେ ପଡ଼ି ଯାତ୍ରୀଙ୍କ ପ୍ରତି ମଧ୍ୟ ଅସୁବିଧାର କାରଣ ପାଲଟିଛି ଏହି ରାସ୍ତା ସେହି ଠିକାଦାର ବାବୁଙ୍କୁ ପାଣି ରାସ୍ତାରେ ପକାଇବା ପାଇଁ ପାଣି ବି ମିଳୁନଥିବ ଆଗ ଯେମିତି ବି ଥିଲା ଭଲ ଥିଲା ରାସ୍ତା ଖୋଳି ଦେଇ ମରଣ ଯନ୍ତା ବିଞ୍ଚେଇ ଦେଇଛନ୍ତି ଠିକାଦାର ଅନେକ ଲୋକ ସଡ଼କ ଦୁର୍ଘଟଣା ହୋଇ ପ୍ରାଣ ତ୍ୟାଗ ମଧ୍ୟ କରିସାରିଲେଣି ଏଣୁ ରାସ୍ତାର ଆଖ ପାଖ ଥିବା ଲୋକ ଅଭିଯୋଗ କରିଛନ୍ତି କେବେ ସରିବ ରାସ୍ତା କାମ ଏହି ରାସ୍ତାରେ ମାଳ ମାଳ ମନ୍ତ୍ରୀ ଯନ୍ତ୍ରୀ ସଦାବେଳେ ବୁଲନ୍ତି ହେଲେ ସେମାନେ କଣ ଆଖି ପୁତଳି ବାନ୍ଧିଛନ୍ତି କି ଏତେ ବର୍ଷ ପରେ ରାସ୍ତା କାମ ସରୁନି ଏହି କାମରେ ଠିକାଦାର ମନ୍ନମୁଖୀ କାମକରି ସବୁ ସରକାରୀ ସହାୟତା ଟଙ୍କା ଆତ୍ମସାତ କରିଥିବେ ବୋଲି କୁହାଯାଇଛି I ଏଣୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ମନମାନି କାମ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସଠିକ୍ ତଦନ୍ତ କରି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯାଉ ନଚେତ୍ ରାଜରାସ୍ତା ବନ୍ଧ କରାଯିବ ବୋଲି ଅଞ୍ଚଳ ବାସି ଦାବିକରିଛନ୍ତି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading