ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ଓ ନଳକୂପ ବ୍ୟବସ୍ଥା ନାହିଁ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ସରକାର ଛାତ୍ର ଛାତ୍ରୀ ତଥା ଅଙ୍ଗନବାଡ଼ି କେନ୍ଦ୍ର ର କୋମଳମତି ଶିଶୁ ମାନଙ୍କ ପାଇଁ ପାନୀୟ ଜଳ ସହ ପାଚେରୀ ବ୍ୟବସ୍ଥା କରୁଥିବା ବେଳେ ତାହା କେଉଁଠି କାର୍ଯ୍ୟକାରି ହୋଇ ପାରୁଛିତ କେଉଁଠି ଆଜି ପର୍ଯ୍ୟନ୍ତ ବି ସୁବିଧା ପହଞ୍ଚି ପାରୁନି ଏମିତି ଅବ୍ୟବସ୍ଥା ରେ ଚାଲୁଥିବା ଅଙ୍ଗନୱାଡ଼ି କେନ୍ଦ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ସଲାଗୁଡ଼ା ସର୍ବ ମୋଟ 31 ଜଣ କୋମଳମତି ଛାତ୍ର ଛାତ୍ରୀ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ୁଥିବା ବେଳେ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ସଲାଗୁଡ଼ା ଗ୍ରାମର ସୁଣ୍ଡି ନାଜୁ ଅଡୁନାଜୁ ସାଇନାଜୁ ମିଅନାଜୁ ଗାଁର ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି l

ଗାଁରେ ସର୍ବ ମୋଟ 45 ଘର ଅଛନ୍ତି କିନ୍ତୁ ଆଜିବି ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ଓ ପାଚେରୀ ସୁବିଧା ନାହିଁ ପାଣି ପାଇଁ ଅଙ୍ଗନବାଡ଼ି ସହାୟୀକ ଗାଁରେ ଥିବା ସ୍କୁଲରେ ନଳକୂପରୁ ପାଣି ବୋହି ଅଙ୍ଗନବାଡ଼ିକୁ ଆଣୁଥିବା ବେଳେ ପାଣିର ବର୍ଷ ତମାମ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ନଳକୂପ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ କିଛି ମାସ ହେବ ବିଦ୍ୟୁତ୍ ତାର ସଂଯୋଗ ହୋଇପାରିଛି ସତ କିନ୍ତୁ ଆଜିବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ଏବେ ତାହା ନଷ୍ଟ ହେବାକୁ ବସିଛି କିଛି ଜାଗାରେ ଛିଣ୍ଡି ନଷ୍ଟ ହୋଇଥିବା ବେଳେ ବିଦ୍ୟୁତ ଓ ପାଚେରୀ ନଥିବାରୁ କାମରେ ଲାଗିପାରୁ ନାହିଁ ଅଙ୍ଗନବାଡ଼ି କର୍ମୀ. ଏହି କେନ୍ଦ୍ରରେ ଥିବା ବେଳେ ବହୁ ଅସୁବିଧାରେ ଏହି କେନ୍ଦ୍ର ଥିବାବେଳେ ବହୁ ଅସୁବିଧାରେ ଏହି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବାରୁ ତୁରନ୍ତ ପାଣି ଓ ପାଚେରୀ ବ୍ୟବସ୍ଥା କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଏକ ନଳକୂପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading