ଫିରିଙ୍ଗିଆରେ ଅନୁଷ୍ଠିତ ହେଲା ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା

Creat A Revolution
           

ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି ) -: ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ପଂଚାୟତ ମାନଙ୍କରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କାରି ସମସ୍ତ ପଞ୍ଚାୟତ ମାନଙ୍କ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I

ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ପଞ୍ଚାୟତ ରୁ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଫୁଲବାଣୀ ବିଧାୟକ ଙ୍କ ସ୍ଵାସ୍ତ୍ୟ ପ୍ରତିନିଧି ଅକ୍ଷୟ କୁମାର କଟା, ଅଙ୍ଗନବାଡି ପରିଦର୍ଶିକା ରତ୍ନାବତୀ ବେହେରା, ଏବିଓ ସାନନ୍ଦ ଅମାତ, ଜିପିଏଲଏଫ ସଭାପତି ମାମୁନି ପ୍ରଧାନ ଏମ୍ବିକେ ବୈଜୟନ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I

ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଫିରିଙ୍ଗିଆ ର ମୁଖ୍ୟ ବଜାର ଦେଇ ଇନ୍ଦିରାଗାନ୍ଧୀ ଛକ, ଆମ୍ବୁଆ ଛକ ସହ ବ୍ଲକ ଛକ ପର୍ଯ୍ୟନ୍ତ ପହଂଚି ଥିବା ବେଳେ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇଥିଲା I ଏଥିରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ସାମିଲ ହୋଇଥିଲେ I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading