କନ୍ଧମାଳ -(ମୃତ୍ୟୁଞ୍ଜୟ ଦିଗାଲ)ଏପ୍ରିଲ ୦୧ ତାରିଖ ଉକ୍ରଳ ଦିବସ ଠାରୁ ରାଜ୍ୟ ସରକାର ଙ୍କ ଦ୍ୱାରା ଘୋଷଣା ହୋଇଥିବା ଓଡିଶା ପକ୍ଷ ପାଳନ ଅବସରରେ ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମ ସ୍ୱାତୀ ଟିକାବାଲି, ରାଇକିଆ ଓ ମା ଗୃହ ପ୍ରକଳ୍ପ ଙ୍କ ତରଫରୁ ଉଦ୍ୟୋଗି ଓ ରାଇକିଆ କୃଷି ଉତ୍ପାଦନ ସଙ୍ଗଠନ ସହଯୋଗରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏପ୍ରିଲ ୧୩ ତାରିଖ ପାଇଁ ଥିବା ବିଷୟ “ଆମ ରୁଚି ଆମ ଖାଦ୍ୟ” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାରମ୍ପରିକ ଓଡିଆ ଖାଦ୍ୟକୁ ଗୁରୁତ୍ୱ ଦେଇ ସୁସ୍ଥ ଜିବନ ଯାପନ କରିବାକୁ ଆହ୍ୱାନ ଦିଆ ଯାଇଛି । ବାଲନ୍ଦାପଡା ମା ଗୃହ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଂଚ ନିରାକାର ନାୟକ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରି ମାନୋଜ କୁମାର ମଲ୍ଲିକ ଓ ସ୍ଥାନିୟ ଷ୍ଟାଫ୍ ନର୍ସ ମାନେ ଉପସ୍ଥିତ ରହି ପାରମ୍ପରିକ ଖାଦ୍ୟ ରେ ଥିବା ପୋଷକ ତତ୍ୱ ଆଧୁନିକ ସମୟରେ ମିଳୁଥିବା ଖାଦ୍ୟରେ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ରାଇକିଆ ଠାରେ ଅନୁଷ୍ଠିତ ଖାଦ୍ୟ ପ୍ରଦର୍ଶନୀ ଓ ବୈଠକରେ ରାଇକିଆ କୃଷି ଅଧିକାରି ପ୍ରିୟମ୍ବଦା ରାଉତ, ରାଇକିଆ ବ୍ଲକ୍ ପଂଚାୟତ ଅଧିକାରି ଶୁଶ୍ରୀ ସଙ୍ଗିତା ନାୟକ ଯୋଗ ଦେଇ ଦୁଇ ମିନିଟ୍ ରେ ମିଳୁଥିବା ରେଡିମେଡ ଖାଦ୍ୟ ମଣିଷ ଶରିର କୁ ପ୍ରଭାବିତ କରି ଅଭ୍ୟସ୍ତ କରାଉଛି ଏବଂ ରୋଗାକ୍ରନ୍ତ କରି ମୃତ୍ୟୁ ମୁଖରେ ପକାଉଛି ବୋଲି କହି ଏହା ପରିତ୍ୟାଗ କରି ନିଜ ଘରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଛତିଝାର ମା ଗୃହ ଦ୍ୱାରା ଟିକାବାଲି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟକ୍ଷ୍ୟ ଦିଲ୍ଲିପ କୁମାର କହଁର, ବ୍ଲକ୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଯ୍ୟୋତି ରଞନ ଜେନା, କଟିମାହା ସରପଂଚ କର୍ଣ୍ଣେଲ୍ ପ୍ରଧାନ ଉପସ୍ଥିତ ରହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳି ଉପରେ ଗୁରୁତ୍ୱ ଦେଇ ଚାଇନା ସଲ୍ଟ ଏବଂ ବିଭିନ୍ନ ରାସାୟନିକ ପ୍ରଣାଳି ରେ ପ୍ରସ୍ତୁତ ହୋଇଥିବା ମସଲା ସାମଗ୍ରିକୁ ପ୍ରତ୍ୟାକ୍ଷ୍ୟାନ କରି ନିଜେ ପ୍ରସ୍ତୁତ କରି ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ତତ୍ସହିତ କଟ୍ରିଙ୍ଗିଆ ମା ଗୃହ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗୋଚ୍ଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରି ଡାକ୍ତର ସାଇସ୍ଥ ପରବିନ୍, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ସୁକାନ୍ତି ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ବିଜୟଲକ୍ଷ୍ମୀ ବେହେରା, ଷ୍ଟାଫ୍ ନର୍ସ ମନିସା ଖମାରୀ ଓ ଓାର୍ଡ ସଭ୍ୟା ପନିତା ପ୍ରଧାନ ଆଲୋଚନା ରେ ଭାଗ ନେଇ ଉପସ୍ଥିତ ଜନସାଧାରଣ ଙ୍କୁ ଜଙ୍କ୍ ଫୁଡ୍ ପରିତ୍ୟାଗ କରି ପୁରାତନ ଓ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଖାଦ୍ୟ କୁ ଆପଣାଇବା ପାଇଁ ବିଭିନ୍ନ ବାର୍ତା ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଆୟୋଯିତ ଏହି କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା କୃଷି ବିଭାଗ, ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ସହାୟତା ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ମା ଗୃହ ଓ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ପରିଚାଳନା ରେ ଥିବା ସମସ୍ତ କର୍ମୀ ପରିଚାଳନା ରେ ସହଯୋଗ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.