କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଏକ ପାହାଡ ଜଙ୍ଗଲ ଘେରା ଏବଂ ଜଙ୍ଗଲ ଜାତ ଦ୍ରବ୍ୟରେ ଭରା ଆଦିବାସି ଅଧ୍ୟୁସିତ ଅଞ୍ଚଳ । ଏଠାରେ ଆଦିବାସୀ ପରିବାର ମାନେ ଜଙ୍ଗଲ ଜାତ ବିଭିନ୍ନ ଦ୍ରବ୍ୟ ଯଥା- ମହୁଲ, ଟୋଲ, ଶାଳ ମଞି, ତେନ୍ତୁଳି, ଭାଲିଆ ମଞ୍ଜି, ଶିଆଳି ଓ ଶାଳ ପତ୍ର ଭଳି ଅନେକ ସାମଗ୍ରିକୁ ସଂଗ୍ରହ କରି ନିକଟସ୍ଥ ବଜାର ରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଏହା ବିକ୍ରିବଟା ସମୟରେ ବହୁତ ଆଦିବାସି ପରିବାର ସ୍ଥାନିୟ ବ୍ୟବସାୟୀ ଙ୍କ ଦ୍ୱାରା ଶୋଷଣ ର ଶିକାର ହୋଇଥାଆନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏକ ସର୍ବେକ୍ଷଣ ସ୍ଥାନୀୟ ଉଭୟ ବାଲିଗୁଡା ଓ ଫୁଲବାଣୀ ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ଙ୍କ ତତ୍ତ୍ୱାବଧାନରେ କରିଛନ୍ତି । ଏହି ସର୍ବେକ୍ଷଣ ର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମ ଗୁଡିକରେ ଆଦାୟ ହେଉଥିବା ଳଘୁ ବନଯାତ ଦ୍ରବ୍ୟ ର ଆକଳନ କରି ସ୍ଥାନୀୟ ସ୍ୱୟଂସହାୟକ ଦଳ ମାଧ୍ୟମରେ ମଣ୍ଡି ଖୋଲି ଆଦିବାସି ମାନେ ହେଉଥିବା ଶୋଷଣ କୁ ରୋକି ସଠିକ୍ ମୂଲ୍ୟ ପ୍ରଦାନ କରିବା । ଏହି ପରିପ୍ରେକ୍ଷିରେ ରାଇକିଆ ଓ ଟିକାବାଲି ବ୍ଲକ୍ ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତି ଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିରେ ଗାଁ ଗାଁ ରେ ଫୋକସ୍ ଗୃପ ଆଲୋଚନା ଓ ବ୍ୟକ୍ତିଗତ ତଥ୍ୟ ଆଧାରରେ ସୂଚନା ସଂଗ୍ରହ କରି ରିପୋଟ୍ ପ୍ରସ୍ତୁତ କରାଯିବ ବୋଲି ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ କହିଛନ୍ତି । ଏହା ଆଜି ପ୍ରଥମେ ରାଇକିଆ ବ୍ଲକ୍ ର କାଣ୍ଡାବାଡା ଓ ଟିକାବାଲି ବ୍ଲକ୍ ର ଗଦଗୁଡା ଠାରୁ ଆରମ୍ଭ କରାଯାଇଛି । ଏହିପରି ପଦକ୍ଷେପ କୁ ଗ୍ରମବାସୀ ମାନେ ପ୍ରସଂଶା କରିବା ସହିତ ଉଭୟ ପ୍ରକଳ୍ପ ନିଦେର୍ଶକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ମୁତାବକ ପର୍ଯ୍ୟାୟ କ୍ରମେ ପଂଚାୟତ ଓ ବ୍ଲକ୍ ସ୍ତରରେ ମଧ୍ୟ ଏହି ବିଷୟରେ ଅଲୋଚନା ଚକ୍ର ମାନ ରଖାଯିବ ବୋଲି ଘୋଷଣା କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକୁ ଅନୁଷ୍ଠାନ ତରଫରୁ ଗିରିଶ ଚନ୍ଦ୍ର ସାମଲ, ଆଲୋକ ସାମନ୍ତରାୟ, ସ୍ୱଦର୍ମ ରାଉତ, ବିଶ୍ୱରଞନ ଦଳବେହେରା, ଗୌତମ ମଲ୍ଲିକ, ଅନ୍ନପୁର୍ଣ୍ଣା ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.