କନ୍ଧମାଳ ଜିଲ୍ଲା ଉପାନ୍ତ ଅଂଚଳ ରେ ଧାଇ ମା ସାଜିଛନ୍ତି ମଧୁସ୍ମିତା

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବ କୁ ସୁନିଶ୍ଚିତ କରାଯିବ । ଏହା ଦ୍ୱାରା ମାଆ ଓ ଶିଶୁ ସୁସ୍ଥ ରହିବେ । ଯାହାକି ଜିଲ୍ଲା ରେ ମାତୃ ଓ ଶିଶୁ ମୃତ୍ୟୁ ହାର କୁ କମାଇବ ।ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ୨୦୧୮ ମସିହାରୁ ପ୍ରସବ ଜାନ ପ୍ରଚଳିତ କରିଛନ୍ତି । ଏହି ଲକ୍ଷ୍ୟ କୁ ହାସଲ କରିବା ପାଇଁ କ.ନୁଆଗାଁ ଓ ଫିରିଙ୍ଗିଆ ବ୍ଲକ୍ ରେ ସମସ୍ତ ଗର୍ଭବତୀ ଙ୍କୁ ସୁନିଶ୍ଚିତ ଆନୁଷ୍ଠାନିକ ଓ ସୁରକ୍ଷିତ ପ୍ରସବ କରାଇବା ପାଇଁ ୨୦୨୨ ମସିହାରୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି ମଧୁସ୍ମିତା ଜାନି । ଘର ତାଙ୍କର ଫୁଲବାଣୀ ବ୍ଲକ୍ ଗଞୁଗୁଡା ରେ କିନ୍ତୁ ସେବା କରିବାର ଆଗ୍ରହ ତାଙ୍କୁ ଟାଣି ଆଣିଛି ତାଙ୍କ କର୍ମ କ୍ଷେତ୍ରକୁ । ଆଜକି ତିନି ବର୍ଷ ହେବ ଫିରିଙ୍ଗିଆ ଓ ସାରଙ୍ଗଡ ଠାରେ ରହି ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରଖି ୧୦୦୦ରୁ ଉର୍ଦ୍ଧ ଗର୍ଭବତୀ ଙ୍କୁ ସେବା ଯୋଗାଇବା ସହିତ ଉଭୟ ମାଆ ଓ ଶିଶୁ ଙ୍କୁ ସୁସ୍ଥ ରଖି ପାରିଛନ୍ତି । ତାଙ୍କର ଦୃଢ ମନୋବଳ ଓ ଚେଷ୍ଟା ପ୍ରଥମେ ପ୍ରଥମେ ଗର୍ଭବତୀ ଓ ତାଙ୍କ ପରିବାର ସଦସ୍ୟ ଙ୍କ ମଧ୍ୟରେ ଥିବା ଭୟ ଓ ସନେ୍ଦହ କୁ ଦୂର କରି ଏହି ସଫଳତା ପାଇବାରେ ସହାୟକ ହୋଇ ପାରିଛି । ଏହା ବିଶ୍ମିତ କରେ ଯେ ତାଙ୍କ ର ଉଦ୍ୟମ ଓ ଦଳଗତ ପରିଚାଳନା ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବ ନେଇ ଥିବା ଭ୍ରାନ୍ତ ଧାରଣା ଓ ଅନ୍ଧ ବିଶ୍ୱାସ କୁ ଦୂର କରାଇ ଏତେ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୁତି ଙ୍କୁ ସେବା ଯୋଗାଇ ପାରିଛି । ଏହା ବ୍ୟତିତ ଯାନ ମଧ୍ୟରେ ରେ ଥିବା ବ୍ୟବସ୍ଥା ଓ ସୁବିଧାକୁ ବ୍ୟବହାର କରି ୧୦୦ ରୁ ଉର୍ଦ୍ଧ ଗର୍ଭବତୀ ଙ୍କୁ ପ୍ରସବ ଯାନ ମଧ୍ୟରେ ପ୍ରସବ କରାଇ ଉଭୟ ମାଆ ଓ ଶିଶୁ ଙ୍କ ଜିବନ ବଂଚାଇ ପାରିଛନ୍ତି । ଜଣା ଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ଷ୍ଟାଫ୍ ନର୍ସ ଭାବେ କାମ କରୁଥିବା ମଧୁସ୍ମିତା ନିଯ ଉଦ୍ୟମରେ ସମସ୍ତ ଙ୍କୁ ସଂଗଠିତ କରି ବିଭିନ୍ନ ସେବା ମାଧ୍ୟମରେ ଏତେ ଜଣ ଗର୍ଭବତୀ ଓ ପ୍ରସୁତି ଙ୍କ ଜିବନ ବଂଚାଇ ପାରିଥିବାରୁ ସ୍ଥାନୀୟ ଜନସାଧାରଣ ତାଙ୍କର ଭୁରିଅସି ପ୍ରସଂଶା କରିଛନ୍ତି ଓ ତାଙ୍କ ପ୍ରେରଣା ରେ ଆଗକୁ ଆସି ତାଙ୍କ କାର୍ଯ୍ୟରେ ସହଯୋଗ ମଧ୍ୟ କରୁଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading