କନ୍ଧମାଳରେ ପୁଣି ଲଜ୍ୟା , ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଜଣେ ଯୁବକ ଗିରଫ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ୟା I ଜଣେ ଛଅ ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ପୋଲିସ ଦ୍ୱାରା ଗିରଫ ହୋଇଛି ଜଣେ କାମ ପିପାସୁ ଯୁବକ I ଘଟଣାଟି ସରା ଜିଲ୍ଲାରେ ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ I ତେବେ ଗିରଫ ହୋଇଥିବା ଯୁବକ ଜଣକ ଏହି ଗୋଛାପଡା ଥାନା ଅଧୀନରେ ଥିବା ପାହିରେଜୁ ପଞ୍ଚାୟତ ଅଧୀନରେ ଥିବା ତରକଡ଼ି ଗାଁ ର ଅନନ୍ତ କୁଦେଇ (୩୧) ବୋଲି ଜଣାପଡିଛି I

ସୂଚନା ଅନୁସାରେ ପୀଡିତା ନାବାଳିକା ଜଣକ ଏକୁଟିଆ ଘରେ ଥିବା ଦେଖି ଅଭିଯୁକ୍ତ ଯୁବକ ଜଣକ ବିସ୍କୁଟ କିଣିଦେବା ବାହାନାରେ ଘରୁ ଡାକି ନେଇ ଗାଁ ପାଖରେ ଥିବା ଜଙ୍ଗଲ ରେ ଦୁଷ୍କର୍ମ କରିଥିଲା I ପୀଡିତା ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେହୁ ଜଙ୍ଗଲ ରେ ହିଁ ତାକୁ ଛାଡି ଚାଲିଯାଇଥିଲା I ପରେ ଘରେ ଝିଅ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ I ପ୍ରାୟ ଦୁଇଘଣ୍ଟା ପରେ ପାଖା ଜଙ୍ଗଲ ରେ ପୀଡିତା ନାବାଳିକା ଙ୍କୁ ପରିବାର ଲୋକେ ମୁମୁର୍ଶୁ ଅବସ୍ଥା ରେ ପାଇଥିଲେ I ପରେ ନାବାଳିକା ଜଣକ ପରିବାର ଲୋକଙ୍କ ଆଗରେ ଘଟଣା ବିଷୟରେ କହିବା ପରେ ପୀଡିତା ଙ୍କ ମା ଗୋଛାପଡା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ I ତେବେ ଘଟଣାକୁ ଗୁରୁତର ସହ ନେଇ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲେ I ତେବେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୮୮/୨୦୨୫ ରେ ଏକ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading