କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ସଦରମହକୁମା ସ୍ଥିତି ସୁରା ଦେଇ ଛକ ନିକଟରେ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଖଜୁରୀପଡା ନିକଟସ୍ଥ ସୁରା ଦେଇ ଛକ ଠାରେ ବିଭୂତି ଭୂଷଣ ମହାନ୍ତି ପ୍ରଚେଷ୍ଟାରେ ନିର୍ମାଣ ହୋଇଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି କଳସୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର ଠାରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଓ ବାଜା ବାଦ୍ୟରେ ପଦଯାତ୍ରା କରି ଖଜୁରୀପଡା ବନ୍ଧ ଠାରୁ ଜଳ ଉଠାଇ ବଜାର , ବ୍ଲକ ଛକ,ସୁରା ଦେଇ ଗ୍ରାମ ପରିକ୍ରମା କରି ମନ୍ଦିର ଠାରେ ସମୁଦାୟ ୧୦୮ ଗୋଟି କଳସୀ ସ୍ଥାପନ କରାଯାଇଛି । ଏଥିରେ ସୁରା ଦେଇ ଗ୍ରାମର କବିରାଜ ଗଣ୍ଡା,ବରୁଣ ବେହେରା,ପପୁ ଗଣ୍ଡା ନେତୃତ୍ୱରେ ସୁରା ଦେଇ ଗ୍ରାମ ସମସ୍ତ ଜନସାଧାରଣ ସମେତ ଡଙ୍ଗି ସାହି,ଇର୍ପିଗୁଡା ସଂଙ୍କିର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିବା ବେଳେ ସୁରା ଦେଇ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.