ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ,ନାଳ ପାଣି ହିଁ ଭରଷା।

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ)-:

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଲାଟିଗୁପା ଗାଁ ଅନ୍ତର୍ଗତ , ପାର୍କାଡି ଗ୍ରାମ ବାସୀ ନାଳ ପାଣି ହିଁ ଭରଷା। ଏହି ଦିଗରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ବର୍ଷ ବର୍ଷ ଧରି ଏଠାକାର ୪ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ସବୁ ବେଳେ ପାନୀୟଜଳ ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖରା ଦିନେ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି ।

ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ପାର୍କାଡି,ଗାଁ ସାହିରେ ନଳକୂପ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତପଇ ବିନ୍ଧାଣୀ ଗାଲୁ ବିନ୍ଧାଣୀ ଦିକରୀ ବିନ୍ଧାଣୀ ନିଦ୍ରାବତୀ ବିନ୍ଧାଣୀ ନିରଞ୍ଜନ ବିନ୍ଧାଣୀ ଦାଶରଥ ବିନ୍ଧାଣୀ ବିଶ୍ବନାଥ ବିନ୍ଧାଣୀ ପର୍ଶୁରାମ ବିନ୍ଧାଣୀ ବନ୍ଧୁକ ବିନ୍ଧାଣୀ କୈଳାସ ବିନ୍ଧାଣୀ ପାର୍ବତୀ ବିନ୍ଧାଣୀ କମଳା ବିନ୍ଧାଣୀ ସରୋଜିନୀ ବିନ୍ଧାଣୀ ଜିଙ୍କ ବିନ୍ଧାଣୀ ସରସ୍ଵତୀ ବିନ୍ଧାଣୀ ମିଙ୍କି ବିନ୍ଧାଣୀ ସୁମିତ୍ରା ବିନ୍ଧାଣୀ ସମେତ କଡ଼ମପଙ୍ଗା ଗ୍ରାମବାସୀ ଦାବି କରିଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading