ଆଗକୁ ଖରାଦିନ ଆସୁଛି, ପାଣି ପାଇଁ ହନ୍ତସନ୍ତ ରାଜେନିପ୍ଡିଆ ଗାଁ ର ଲୋକେ ଦୀର୍ଘ ଦୁଇମାସ ହେଲା କୁଅଁରେ ପାଣି ଶୁଖିବା ଦେଖିବାକୁ ମିଳିଛି। ନୁତନ ନଳକୂପ ନିର୍ମାଣ କରିବାପାଇଁ ଦାବି।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ ଅଧୀନସ୍ଥ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ରାଜେନିପ୍ଡିଆ ଗ୍ରାମର ମଧ୍ୟଭାଗରେ ଥିବା ଜିବନ ଧାରା କୁଆଁ ଦୁଇମାସ ହେଲା କୁଆଁର ପାଣି ଶୁଖି ଥିବାର ଦେଖିବାକୁ ମିଳିଛି।ଶାଶିପଦର ରାଜେନିପ୍ଡିଆ କୁଆଁ ଉପରେ ନିର୍ଭର କରୁଥିବା ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କାରଣ ଦୀର୍ଘ ଦୁଇମାସ ହେଲା କୁଆଁର ପାଣି ଶୁଖି ଯାଇଥିବାର ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ ଦୁଧକୁ ଯିବାକୁ ପଢୁଛି । ଆଗକୁ ଖରାଦିନ ଆସୁଛି ପାଣି ପାଇଁ ଆହୁରି ଅସୁବିଧା ଦେଖାଦେବ ।ରାଜେନିପ୍ଡିଆ ଗ୍ରାମର ଲୋକଙ୍କ ପାଣି ସମସ୍ୟା କୁ ଦୃଷ୍ଟିରେ ରଖି ଉକ୍ତ ରାଜେନିପ୍ଡିଆ ଗାଁରେ ଏକ ନୁତନ ନଳକୂପ ନିର୍ମାଣ କରିବାପାଇଁ ଗ୍ରାମ ବାସି ଦାବି କରିଛନ୍ତି।ଲୋକଙ୍କ ପାଣି ସମସ୍ୟା କୁ ଦୃଷ୍ଟିରେ ରଖି ଫିରିଙ୍ଗିଆ ବ୍ଲକ୍ ର ପଞ୍ଚାୟତରାଜ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ଓ ଫୁଲବାଣୀ ଆର.ଡବ୍ଲୁ.ଏସ୍.ଏସ୍ ବିଭାଗ କୁ ଟ୍ବୁଇଟ ମାଧ୍ୟମରେ ଅଭିଯୋଗ କଲେ ଦୃଷ୍ଟି ଦିଆଯିବ ବୋଲି ଉତ୍ତର ଆସୁଛି ହେଲେ ରାଜେନିପ୍ଡିଆ ଗାଁରେ ଗୋଟିଏ ବି ନାହିଁ ନଳକୂପ ନଥିବାରୁ ପାଣି ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହେଇ ପାରୁନାହିଁ ଯାହା ଫଳରେ ଲୋକ ମାନେ ପିଇବା ପାଣି ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଲୋକଙ୍କ ଦାବି ହେଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading