କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଏପ୍ରିଲ ୨୮ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀକୁ ଓକିଲ ଦିବସ ଭାବେ ଗାନ୍ଧୀ ସ୍ମୃତି ଭବନଠାରେ ପାଳନ କରାଯାଇଛି। ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥିକୁ ଜିଲା ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଛି । ମଧୁବାବୁଙ୍କ ଜୀବନ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ବହୁ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ଭାବେ ପରଚୟ ଦେଇଛନ୍ତି l କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ ଏ ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ। ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ।ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।ବିଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀତ କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷା କୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇଁ ତାଙ୍କ ଉଦ୍ୟମ ଅତୁଳନୀୟ। ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ “ ଓକିଲ ଦିବସ” ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ଵାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଏହି ଅବସରରେ ଜିଲା ଦୌରାଜଜ ସତ୍ୟପ୍ରିୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଓକିଲ ଉତ୍କଳ ଗୌରବ ଙ୍କ ଗୋଟିଏ ଆଦର୍ଶକୁ ନିଜ କାର୍ଯ୍ୟ ରେ ଲଗାଇବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲା ମୁଖ୍ୟ ଚିକିତ୍ସାଧିକରୀ ଡଃ ସନ୍ତୋଷ କୁମାର ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍କଳ ଗୌରବଙ୍କ ତ୍ୟାଗ ଓ ସମର୍ପଣକୁ ସମସ୍ତେ ନିଜ ଜୀବନରେ ଉପଯୋଗ କଲେ ତାହାହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ପୁରୁଣା କୋର୍ଟ ପରିସରରେ ଓମଧୁସୂଦନ ପାର୍କରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଓକିଲ ମାନେ ମାଲ୍ୟାର୍ପଣ କରିଥିଲେ। ଓକିଲ ସଂଘ ସଭାପତି ଚନ୍ଦ୍ର ଶେଖର ପରିଡି ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ନାଥ ମିଶ୍ର ମିଶ୍ର ମଧୁବାବୁଙ୍କ ଜୀବନୀ ଉପରେ ବକ୍ତବ୍ୟ ଦେଇଥିଲେ।ଏହି ଅବସରରେ ବରିଷ୍ଠ ଓକିଲ ମାନଙ୍କୁ ମଧ୍ୟରୁ ବୈଂଶୀଧର ମହାପାତ୍ର,ରବୀନ୍ଦ୍ର ନାଥ ମିଶ୍ର,ପ୍ରତାପ ପାତ୍ର, ଦେବବ୍ରତ ପ୍ରଧାନ, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା, ଚନ୍ଦ୍ର ଶେଖର ମିଶ୍ର,ଶିବ ପ୍ରସାଦ ତ୍ରିପାଠୀ, ଭଗବାନ ମହାନ୍ତି, ଭି ଭି ରାମଦାସ, ବନମାଳୀ ବେହେରା, ସିଦ୍ଧେଶ୍ଵର ଦାଶ୍, ବିଜୟ ପଟ୍ଟନାୟକ ଗୌରୀ ବେହେରା,କମଳ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉପସଭାପତି ଦିଲ୍ଲୀପ ବାନାର୍ଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ତାଙ୍କ ଶେଷ ଜୀବନ ଅତ୍ୟନ୍ତ ଦୁଃଖରେ କଟିଥିଲା।
ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ମଧୁସୂଦନଙ୍କ ଜୟନ୍ତୀ ପାଳିତ।
Creat A Revolution