କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା ବାରପଲ୍ଲୀ ଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ସାଧାରଣ ଉତ୍ସବ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବାରପଲ୍ଲୀ ଶାଖା କୁଇ ସମାଜ ସେବା ସମିତିର ସୁଡ୍ରେଜୁ ପଞ୍ଚାୟତର ବାରାପାଡା ଗ୍ରାମରେ ୧ ଓ ୨ ତାରିଖ ଦିନ ବାର୍ଷିକ ସାଧାରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ କେନ୍ଦ୍ର ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସମାଜ ସେବା ସମିତି ସହସମ୍ପାଦକ ତଥା କୁଇ ସମାଜ ଯୁବ ପରିଷଦ ସମ୍ପାଦକ ଅଚ୍ୟୁତ ଯାନୀ, କୁଇ ସମାଜ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର,କୁଇ ସମାଜ ସେବା ସମିତି ନାରୀ ସଭାନେତ୍ରୀ ସୌଦାମିନୀ କହଁର, ସୁଡ୍ରେଜୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ ଯୋଗଦେଇ ଥିଲେ ।
ପ୍ରଥମ ଦିବସରେ ଠାକୁର ସ୍ଥାପନା କରାଯିବା ସହିତ କୁଇ ସମାଜ ବାରପଲ୍ଲୀ ଶାଖାର ସମସ୍ତ କର୍ମ କର୍ତ୍ତା ଓ ଗ୍ରାମ୍ୟ କମିଟି ସଭାପତି ସଭ୍ୟ ସଭ୍ୟା ମାନଙ୍କୁ ନେଇ ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦିତୀୟ ଦିବସରେ ଅତିଥି, ସମ୍ମାନୀତ ଅତିଥି ମାନେ ଯୋଗଦେଇ କୁଇ ସମାଜ ରୀତିନୀତି ଓ କୁଇ ଲୋକ ମାନଙ୍କର ସଚେତନ,ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଆର୍ଥିକ କ୍ଷେତ୍ରରେ କିପରି ଉନ୍ନତି ଘଟିବ ତାହା ଉପରେ ମତାମତ ପ୍ରଦାନ କରି ଥିଲେ । କୁଇ ସମାଜ ବାରପଲ୍ଲୀ ଶାଖାର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର କହଁର, ସମ୍ପାଦକ ପଦ୍ମଚରଣ କହଁର, ଉପସଭାନେତ୍ରୀ ପ୍ରମିଳା ମଲିକ, ସହସମ୍ପାଦକ ଅଭିମନ୍ୟୁ ମଲିକ, କୋଷାଧ୍ୟକ୍ଷ ଲୋଚନ କହଁର ସମେତ ସୁଦାମ କହଁର, କର୍ଣ୍ଣ କହଁର, ବିରଞ୍ଚି ମଲିକ, ଗୋକୁଳ ଚନ୍ଦ୍ର ମଲିକ ପ୍ରମୁଖ ସହଯୋଗ କରିଥିଲେ । ବାରପଲ୍ଲୀ ଶାଖାର ପ୍ରତ୍ୟେକ ରାଜସ୍ବ ଗ୍ରାମର କୁଇ ବାପା ମାଁ ଭାଈ ଭଉଣୀ ଅଂଶଗ୍ରହଣ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.