ଶବଦାହ ପାଇଁ ମିଳୁନି କାଠ, ଅସୁବିଧା ଭୋଗୁଛନ୍ତି ସାଧାରଣ ଜନସାଧାରଣ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ କାଠ ମଣ୍ଡି ଅଛି କିନ୍ତୁ ଶବ ଶତ୍କାର ପାଇଁ କାଠ ମିଳିବ କଷ୍ଟ ହେଉଛି l ଏମିତି କିଛି ଅଭିଯୋଗ ଆସୁଚି l କାଠ ନ ମିଳିବାରୁ ବାହାରୁ କାଠ କିଏ ତ କିଣୁଛି ବା ବାଧ୍ୟ ହୋଇ ବାହାରକୁ ନେଇ ଶବ ଶତ୍କାର କରୁଛନ୍ତି ଲୋକେ l ମୁନସୀ ପାଲଟି ପକ୍ଷ୍ୟରୁ ଶବ ଶତ୍କାର ପାଇଁ ବୈଦ୍ୟୁତିକ ଗୃହ ହୋଇଛି ତାହା ବି ତିନି ବର୍ଷ ହେଲା କାର୍ଯ୍ୟ କ୍ଷମ ହେଇ ପାରୁନାହିଁ lକନ୍ଧମାଳ ଜିଲ୍ଲା ରେ ବହୁ ଜଙ୍ଗଲ ରହିଛି କିନ୍ତୁ ଶବ ସତ୍କାର ପାଇଁ ଗୋଟଏ କଥା ଡିପୋ ଥିଲେ ମଧ୍ୟ କାଠ ନ ମିଳିବା ଅଭିଯୋଗ ହେଉଛି l ଫୁଲବାଣୀ ର କେନ୍ଦୁପଦର ଠାରେ ବହୁଦିନ ହେଲା ଫରେର୍ଷ୍ଟ ଡ଼େଭଲପମେଣ୍ଟ କର୍ପୋରେସନ ପକ୍ଷ୍ୟରୁ ଜଙ୍ଗଲ ବିଭଗ ପକ୍ଷ୍ୟରୁ କାଠ ଆଣି ମହଜୁଦ ରଖିବା କଥା କିନ୍ତୁ ଦିର୍ଘ ଵର୍ଷେ ହେଲା ଏହି ଡିପୋ ରେ କାଠ ମହଜୁଦ୍ ରହିନାହିଁ l ଯଦିବା ଡିପୋ ରେ କାଠ ରହିଚି ତାହେଲେ ମିଳିବା କଷ୍ଟ ହେଉଛି l କାରଣ ଏହି ଡିପୋ ଦାୟିତ୍ଵ ରେ ଥିବା କର୍ମଚାରୀ ବୌଦ୍ଧ ଜିଲା ଚାରିଛକ ଥିବା ଡିପୋ ଓ ଫୁଲବାଣୀ ଡିପୋ ର ଦାୟିତ୍ଵ ରେ ରହିଛନ୍ତି l ଯାହାଫଳରେ ଡିପୋ କୁ କାଠ ଆଣି ବାକୁ ଗଲେ କେହି କର୍ମଚାରୀ ନଥିବା ଯୋଗୁଁ ଲୋକେ କାଠ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି l ଚାରିଛକ ଡିପୋ ରେ ବହୁ ପରିମାଣ ରେ କାଠ ମହଜୁଦ ରହିଛି କିନ୍ତୁ ଫୁଲବାଣୀ ଡିପୋ ରେ କାଠ ବେଶୀ ପରିମାଣରେ ନଥିବା ଯୋଗୁଁ l ଶବ ଦାହ ପାଇଁ ସାଧାରଣ ଲୋକେ କାଠ ପାଇଁ ହନ୍ତସନ୍ତ ହେଉଛନ୍ତି l କରୋନା ମହାମାରୀ ସମୟରେ ବହୁ ଲୋକେ ଜୀବନ ହାରିଥିଲେ ଯାହା ଫଳରେ ଫୁଲବାଣୀ ର କେନ୍ଦୁପଦର ଠାରେ ଥିବା ଡିପୋ ରେ କାଠ ନଥିବା ଯୋଗୁଁ ସାଧାରଣ ଲୋକେ ଶବ ଦାହ ପାଇଁ ହନ୍ତସନ୍ତ ହୋଇଥିଲେ l ଏହାକୁ ଦୃଷ୍ଟି ରେ ରଖି ଫୁଲବାଣୀ ପୌରପରିଷଦ ପକ୍ଷ୍ୟରୁ ଫୁଲବାଣୀ ର ପଟାବାଲି ସାହି ନଦୀ ନିକଟରେ 50 ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବ୍ଯୟରେ ଗୋଟଏ ବିଦ୍ୟୁତ୍ ଚଳିତ ଶବ ଦାହ କେନ୍ଦ୍ର କରାଯଇଥିଲା l ଏହି ବିଦ୍ୟୁତ୍ ଚଳିତ ଶବ ଦାହ କେନ୍ଦ୍ର ଆଜକୁ ତିନି ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ l ବର୍ତ୍ତମାନ ଏହି କେନ୍ଦ୍ର ଖତ ଖାଇବାକୁ ବସିଲାଣି l ତେଣୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଜଙ୍ଗଲ ବିଭାଗ ପକ୍ଷ୍ୟରୁ ଗୋଟଏ ସ୍ଵତନ୍ତ୍ର ଡିପୋ ଓ ବିଦ୍ୟୁତ୍ ଶବ ଦାହ କେନ୍ଦ୍ର ଅତି ଶୀଘ୍ର କାର୍ଯ୍ୟ କ୍ଷମ କରିବା ପାଇଁ ଲୋକେ ଦାବି କରିଛନ୍ତି ।ଯଦି ବିଦ୍ୟୁତ ଚଳିତ ଶବଗୃହ କଥା କହିବା ତେବେ ତାହା ମଧ୍ୟ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି ।ବିଦ୍ୟୁତ ଶବଗୃହର କିଛି ଜିନିଷ ଚୋରୀ ହୋଇଯାଇଛି, କବାଟ ଝରକା ସବୁ ଭାଙ୍ଗିଗଲାଣି । ପାଣି ଟାଙ୍କିର ବି ସମାନ ଅବସ୍ଥା ।ତେଣୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି |ଶବ ଦାହ ପାଇଁ ଡିପୋ ରୁ କାଠ ନ ମିଳିବାରୁ ଲୋକେ ଅନ୍ୟତ୍ର ନେଇ ଶବ ଦାହ କରୁଛନ୍ତି l ତେଣୁ ଫୁଲବାଣୀ ଠାରେ ସ୍ଵତନ୍ତ୍ର ଡିପୋ ଓ ବିଦ୍ୟୁତ୍ ଶବ ଦାହ କେନ୍ଦ୍ର ଅତି ଶୀଘ୍ର କରିବାକୁ ସାଧରଣରେ ଦାବି ହେଉଛି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading