ଖଜୁରୀପଡ଼ା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ସଦରମହକୁମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖଜୁରୀପଡା ଖେଳ ପଡିଆ ଠାରେ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତିଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଖଜୁରୀପଡା ୪ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ, ବ୍ଲକ ଖାଉଟି ସୁରକ୍ଷା ଅଧିକାରୀ ପ୍ରୀତି ରଞ୍ଜନ ବିଶ୍ୱାଳ ସମେତ ଅଞ୍ଚଳର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ଥିଲେ । ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀ ମାନଙ୍କୁ ନୂତନ ରାସନକାର୍ଡ ର ଶୁଭାରମ୍ଭ ଓ ବଣ୍ଟନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା , ବ୍ଲକ ସ୍ତରୀୟ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ ,ଇ- ପଞ୍ଚାୟତ ପୋର୍ଟାଲ,ପିପିଏସ ପୋର୍ଟାଲ, ପଞ୍ଚାୟତ ମନିଟରଂ ବ୍ୟବସ୍ଥା ଓ ମୋବାଇଲ ଆପର ଶୁଭାରମ୍ଭ, ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ ଇତ୍ୟାଦିକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାଷି ମାଧ୍ୟମରେ ଶୁଭାରମ୍ଭ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading