ବର୍ଷାରେ ଭାସିଗଲା କୁଜେଣ୍ଡି ନାଳ କାଠ ପୋଲ, ଲୋକଙ୍କ ଭରସା ଥିଲା ଏହି ପୋଲ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲାରେ ଗତ କିଛି ଦିନ ହେବ ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ ଘଡି ଏବଂ ପ୍ରବଳ ପବନ ବହୁଛି ତେବେ ଏହି ଲଗାଣ ବର୍ଷାରେ ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର କୁମେଲସିଂଙ୍ଗୁ ଓ ଡାଙ୍ଗାଣାମ ଗାଁ ନିକଟ ରେ ଥିବା କୁଜେଣ୍ଡି ନାଳ ର କାଠ ପୋଲ ଧୋଇ ହୋଇ ଯାଇଛି ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥିବା ବେଳେ ୨ ଟି ୱାର୍ଡ ର ୮ ରୁ ଉର୍ଦ୍ଧ ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇଛି l ଏହି ସମୂହ ୮ ଖଣ୍ଡ ଗ୍ରାମବାସୀ ଚାନ୍ଦା କରି ଏବଂ ଶ୍ରମ ଦାନ କରି ପ୍ରତିବର୍ଷ ଏହି ନାଳ ରେ କାଠ ପୋଲ ନିର୍ମାଣ କରୁଛନ୍ତି କିନ୍ତୁ ପ୍ରତିବର୍ଷ ବର୍ଷା ଦିନ ଆସିଲେ କାଠ ପୋଲ ଧୋଇ ହେବା ଦ୍ୱାରା ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହେବା ସହ ଜରୁରୀ ପରିସ୍ଥିତି ରେ ମେଡିକାଲ କିମ୍ବା ଅନ୍ୟ ସମସ୍ୟାରେ ଅସୁବିଧା ହେଉଥିବା ବେଳେ ପୂର୍ବରୁ ସ୍ୱାସ୍ଥ୍ୟ ସେବା ନ ପାଇ ଅସହାୟ ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ିଥିବା ଭଳି ନଜିର ରହିଛି l

ଏହି କୁଜେଣ୍ଡି ନାଳରେ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀ ପ୍ରଶାସନ କୁ ଗୁହାରି କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନ୍ଧମାଳ ଜିଲ୍ଲାପାଳ ଏବଂ ଏମିତିକି ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ l ବର୍ତମାନ ଲୁଇସିଂ ପଞ୍ଚାୟତ ର ୨ ଟି ୱାର୍ଡର ଉପର ଡାଙ୍ଗାଣାମ, ତଳ ଡାଙ୍ଗାଣାମ, ଲାକାଶ୍ରୀ, ବୁଗେରୀ ମାସ୍କା, ମାନ ପଦର, କଟଡି ସିଲା, ଟୁକୁ ପଦର, ଭଳି ଆଠଟି ଗାଁର ଲୋକଙ୍କ ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ରେ ବାଧାପ୍ରାପ୍ତ ହୋଇଛି l

ଏହି ଘଟଣା କୁ ନେଇଁ ସ୍ଥାନୀୟ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ପୋଲ ନିର୍ମାଣ ପାଇଁ ଅଭିଯୋଗ କରିଛନ୍ତି ଆମ ତରଫରୁ ଲିଖିତ ଭାବରେ ଆମେ ଜିଲ୍ଲାପାଳ ଙ୍କୁ ଜଣାଇଛୁ ସେହି ନାଳ ରେ ଅଧିକ ଟଙ୍କା ଖର୍ଚ୍ଚ ର ଆବଶ୍ୟକତା ରହିଛି ଯାହାକି ବ୍ଲକ ତରଫରୁ ଦେବା ଅସମ୍ଭବ ତେଣୁ ଅନ୍ୟ ବିଭାଗ ଦ୍ୱାରା ମଞ୍ଜୁର କରାଯାଇ କିଭଳି ପୋଲ ନିର୍ମାଣ ହୋଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ତେବେ ତୁରନ୍ତ ଏହି କୁଜେଣ୍ଡି ନାଳ ରେ ପୋଲ ନିର୍ମାଣ କରିବାକୁ ୮ ଖଣ୍ଡ ଗ୍ରାମ ବାସୀଙ୍କ ସହ ଅଞ୍ଚଳ ବାସୀ ଦାବୀ କରିଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading