ତିଗିରିଆ -:ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ସ୍ଥିତ ସୁଣ୍ଠିପାଳ ଗ୍ରାମର ୧୦ ନମ୍ବର ୱାର୍ଡ ର ଜନସାଧାରଣ ଦୀର୍ଘ ଦିନ ଧରି ଜଳକଷ୍ଟ ଭୋଗ କରୁଥିବା ଅଭିଯୋଗ କରିଛନ୍ତି।ସରକାର ଙ୍କ ଦ୍ଵାରା ବସୁଧା ଯୋଜନା ପାଇପ ଯୋଗେ ପ୍ରତ୍ୟକ ଗ୍ରାମ କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଗ୍ରାମବାସୀ ଙ୍କ ପାଇଁ ସାତ ସ୍ୱପ୍ନ ପାଲଟିଛି। ତେଣୁ ପାନୀୟ ଜଳ ଟୋପାଏ ପାଇଁ ଗ୍ରାମବାସୀ ଙ୍କୁ ଅଧ କିଲୋମିଟର ରୁ ଉର୍ଦ୍ଧ ବାଟ ପ୍ରତ୍ୟକ ଦିନ ଯିବା ପାଇଁ ପଡୁଥିବା ଜଣାପଡିଛି।ତେଣୁ ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମବାସୀ କିଭଳି ବସୁଧା ଯୋଜନାରେ ପାନୀୟ ଜଳ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିବା ସହ ସେପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ସୂଚନାଯୋଗ୍ୟ ଯେ ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ସ୍ଥିତ ସୁଣ୍ଠିପାଳ ଗ୍ରାମର ୧୦ ନମ୍ବର ୱାର୍ଡ ର ପ୍ରାୟ ୪୦ ପରିବାର ର ୩୦୦ ରୁ ଉର୍ଦ୍ଧ ଲୋକ ବାସ କରନ୍ତି।
ଗ୍ରାମର ଲୋକମାନେ ପାନୀୟଜଳ ପାଇଁ ଥିବା ଗୋଟିଏ କୂଅ ଓ ନଳକୂପ ଉପରେ ନିର୍ଭର କରନ୍ତି।କିନ୍ତୁ ବର୍ତ୍ତମାନ ଗ୍ରାମରେ ଥିବା ନଳକୂପ ରୁ ବାହାରୁ ଥିବା ପାଣି ରେ ଫ୍ଲୋରାଇଡ଼ ର ମାତ୍ରା ଅଧିକ ଥିବାରୁ ଗ୍ରାମବାସୀ ଏହାକୁ ପାନୀୟ ରୂପେ ବ୍ୟବହାର କରିବାକୁ ଉଚିତ ମଣୁ ନାହାନ୍ତି।ତେଣୁ ଗ୍ରାମବାସୀ ପାନୀୟଜଳ ପାଇଁ ସମ୍ପୂର୍ଣ୍ଣ ଭାବେ ଗ୍ରାମରେ ଥିବା ଏକମାତ୍ର କୂଅ ଉପରେ ନିର୍ଭରଶୀଳ ଅଟନ୍ତି।କିନ୍ତୁ ଏତେ ସଂଖ୍ୟକ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଉକ୍ତ କୂଅ ସଫଳ ହେଉନଥିବା ବେଳେ ଖରାଦିନେ କୂଅ ର ଜଳସ୍ତର ହ୍ରାସ ପାଉଥିବାରୁ ଅଧିକ ସମସ୍ୟା ସୃଷ୍ଟି କରୁଛି।ଫଳରେ ଲୋକମାନେ ପାଣି ଟୋପାଏ ପାଇଁ ଗ୍ରାମ ଠାରୁ ଅନେକ ଦୂର କୁ ଗରା ବାଲ୍ଟି ନେଇ ଯାଉଥିବା ଦେଖିବାକୁ ମିଳୁଛି।ଏଥିସହିତ ପଞ୍ଚାୟତ ର ସମସ୍ତ ଗ୍ରାମକୁ ବସୁଧା ଯୋଜନାରେ ପାଇପ ଯୋଗେ ମିଳିବାକୁ ଥିବା ପ୍ରକଳ୍ପ ରୁ ଏହି ଗ୍ରାମ କୁ ଆଦୌ ପାଣି ଆସୁନଥିବା ଜଣାପଡିଛି।ଗ୍ରାମ ଟି ଉଚ୍ଚ ସ୍ଥାନରେ ଥିବାରୁ ପାଣି ଆସୁନଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିବା