ନରସିହପୁର –: ପ୍ରୟାଗରାଜରେ ବୁଡ଼ ପକେଇବା ବେଳେ ନରସିଂହପୁର ଓସ୍ତନାରାୟଣୀପୁର ଗାଁର ପ୍ରଦୀପ ମହାନ୍ତି ନଦୀରୁ ମିଳିଥିଲା ହନୁମାନଙ୍କର ମୃତ୍ତି। ପ୍ରଦୀପ ପେସାରେ ଜଣେ ଦକ୍ଷ ଗାଡି ଚାଳକ ଅଟନ୍ତି। ସେ ପ୍ରୟାଗ କୁମ୍ଭମେଳା ସମୟରେ ଅନେକ ବାର ପ୍ରୟାଗ ଯାଇଛନ୍ତି। ତୃତୀୟ ଥର ପ୍ରୟାଗ ଯାଇ ସରଜୁ ନଦୀରେ ବୁଡ଼ ପକେଇବା ବେଳେ ଏକ ହନୁମାନଙ୍କର ମୃତ୍ତି ପ୍ରଦୀପଙ୍କୁ ପ୍ରାପ୍ତ ହୋଇଥିଲା।
ସେ ମାସ ମାସ ଧରି ଘରେ ରଖି ପୂଜା କରୁଥିଲେ ମହାବୀରଙ୍କୁ । ହେଲେ ହନୁମାନଙ୍କର ପ୍ରକୋପ ସହ୍ୟ ନ କରି ପାରି ଗାଡି ଚାଳକ ଶ୍ରୀ ପ୍ରଦୀପ ମହାନ୍ତି ଚିନ୍ତାରେ ପଡି ଯାଇଥିଲେ । ରାଜ ପୁରୋହିତ ସହ କଥା ହୋଇ ମନ୍ଦିରକୁ ଦେବା ପାଇଁ ସ୍ଥିର କରିଥିଲେ । ଆଜି ନିଜ ଗାଁ ଓସ୍ତନାରାୟଣୀପୁରର ରଘୁନାଥଙ୍କର ମନ୍ଦିର ନିକଟରେ ଏହି ମୂର୍ତିକୁ ସ୍ଥାପନା କରିଛନ୍ତି। ରାଜ ପୁରୋହିତ ଶ୍ରୀ ରଜନୀକାନ୍ତ ରଥଶର୍ମାଙ୍କର ଉପସ୍ଥିତିରେ ମୂର୍ତ୍ତି ସ୍ଥାପନା ମନ୍ତ୍ର, ପୂଜା ପାଠ ସହ ସଂକୀର୍ତ୍ତନ ସହ ମୂର୍ତିକୁ ସ୍ଥାପନା କରାଯାଇଛି। ଆଜି ଗ୍ରାମର ସମସ୍ତ ବ୍ୟକ୍ତି ମାନେ ଉପସ୍ଥିତ ରହି ଗାଁ ଆଜି ଘଣ୍ଟ ଘଣ୍ଟା ସହ ହରି ନାମରେ ଗ୍ରାମ ଉତ୍ସବ ମୁଖର ହୋଇଥିଲା ।
