ରାଜ୍ୟ ସ୍ତରୀୟ ମଜଲିସ ଅନସାରୁଲ୍ଲାଃ ଓଡିଶାର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପଙ୍କାଳ ଅହମଦିୟା ମୁସଲିମ ସଂଗଠନ ଆନୁକୁଲ୍ୟରେ ଆନ୍ତଃ ସଂଗଠନ ମଜଲିସ ଅନସାରୁଲ୍ଲାଃ ଓଡିଶାର ରାଜ୍ୟସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ମଜଲିସ ଅନସାରୁଲ୍ଲାଃର ଉପସଭାପତି ସଫାରତ ଖାଁ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ପବିତ୍ର କୋରାନ ପାଠ ସହିତ ହୋଇଥିଲା । ପବିତ୍ର କୋରାନ ପାଠ ଜଇମ ଆ’ଲା ଅଫଜଲ ଅହମଦ ଖାଁ କରିଥିଲେ । ମଜଲିସ ଅନସାରୁଲ୍ଲାଃ ସଂଗଠନର ସପଥ ପାଠ ସଭାପତି ସଫାରତ ଖାଁ କରାଇଥିବା ବେଳେ ଶତବାର୍ଷିକୀ ଖିଲାଫତ ସପଥ ପାଠ କଟକ ଜିଲ୍ଲା ସଭାପତି ମୌଲାନା ହାରୁନ ରଶିଦ କରାଇଥିଲେ । ହଲଫନାମା ପାଠ ଜିଲ୍ଲା କଟକ, ଢେଙ୍କାନାଳ, ଅନଗୁଳୁ ଓ କେନ୍ଦ୍ରାପଡାର ମୌଲାନା ଇନଚାର୍ଜ ସେକ ଇସହାକ କରାଇଥିଲେ । ଉର୍ଦ୍ଦୁ ନଜମ ସଂଗୀତ ମୌଲବି ସେକ ନାସିରୁଦ୍ଦିନ ପଢିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ମୌଲାନା ସେକ ଇସହାକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଲେ, ପ୍ରତ୍ୟେକ ପଦାଧିକାରୀ ନିଜ ନିଜର ଦାୟିତ୍ବକୁ ବୁଝି ତଦନୁଯାୟୀ କାର୍ଯ୍ୟ କରିବା ଉଚିତ୍ । ସେଥି ଯୋଗୁଁ ଏଥିପ୍ରତି ସଚେତନ ହେବା ତଥା ବୁଝି-ଶୁଝି କାମ କଲେ ହିଁ ସଫଳତା ମିଳିପାରିବ ।

ମୁଖ୍ୟ ଅତିଥି ଭାବେ ଅହମଦିୟା ମୁସଲିମ ଅର୍ଥ ବିଭାଗର ଉପସଚିବ ମୌଲାନା ଶାହାବୁଦ୍ଦିନ ଯୋଗଦେଇ ଧର୍ମରେ ଅର୍ଥଦାନର ଆବଶ୍ୟକତା ଓ ମହାନତା ବିଷୟରେ ଆଲୋକପାତ କରି କହିଲେ, ଧର୍ମ କର୍ମରେ ଅର୍ଥଦାନ ଏକ ମହତଦାନ । ଏହା ଦ୍ବାରା ଧନ-ସମ୍ପତ୍ତିରେ ସମୃଦ୍ଧି ଆସିଥାଏ । ସମ୍ପତ୍ତି ସୁରକ୍ଷିତ ରହିଥାଏ । ଏହା ଦ୍ବାରା ସମାଜରେ ଅସହାୟ ଓ ଗରିବଙ୍କୁ ସାହାଯ୍ୟ ଓ ସହଯୋଗ କରାଯାଇଥାଏ । ତୃତୀୟ ବକ୍ତା ଭାବେ ଜିଲ୍ଲା ସଭାପତି ମୌଲାନା ହାରୁନ ରଶିଦ କହିଲେ, ପବିତ୍ର କୋରାନରେ ଲେଖାଅଛି, ପ୍ରତ୍ୟେକ ଜିମ୍ମେଦାରକୁ ତା ଜିମ୍ମା ଥିବା କାମ ବାବଦରେ ନିଶ୍ଚିତ ପଚରାଯିବ । କର୍ମରେ ଅବହେଳା ହେଲେ ସଫଳତା ମିଳିନଥାଏ । ସଂଗଠନରେ ଦୁର୍ବଳତା ଓ ବିଶୃଙ୍ଖଳା ଦେଖାଦେଇଥାଏ । ପଦ ଓ ଦାୟିତ୍ବ ଏକ ଅମାନତ । ଦାୟିତ୍ବରେ ଅବହେଳା ହେବା, ଅମାନତରେ ଖୟାନତ କରିବା ଭଳି ହେବ ।

ସଭାପତିତ୍ବ ଭାଷଣରେ ଅଖିଳ ଭାରତର ମଜଲିସ ଅନସାରୁଲ୍ଲାଃର ଉପସଭାପତି ସଫାରତ ଖାଁ କହିଲେ, ସାମୂହିକ ନମାଜ ପାଠ ଆମକୁ ଆଜ୍ଞାବହତା ସିଖାଇଥାଏ । ଏବଂ ଆମ ମଧ୍ୟରେ ଏକତା ଓ ଅଖଣ୍ଡତା କାଏମ କରିଥାଏ । ନମାଜ ପାଠ ପ୍ରଭୁଙ୍କ ସହିତ ମିଳନର ସମୟ ହୋଇଥାଏ । ନମାଜ ପାଠ ଦ୍ବାରା ଆତ୍ମ ଶୁଦ୍ଧି ଓ ପବିତ୍ରତା ହାସଲ ହୋଇଥାଏ । ନମାଜ ପାଠ କରିବା ଦ୍ବାରା ସମସ୍ତ ପାପ ଧୋଇ ହୋଇଯାଇଥାଏ । ନମାଜ ପାଠ ଦ୍ବାରା ସ୍ବର୍ଗପ୍ରାପ୍ତି ହୋଇଥାଏ । ଆମର ଦୁଃଖ-କଷ୍ଟ ଦୂର ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଙ୍କାଳର ସଭାପତି ଶାହାଦତ ଖାଁ, ଜିଲ୍ଲା କଟକ, ଢଙ୍କାନାଳ, ଅନଗୁଳୁ ଓ କେନ୍ଦ୍ରାପଡାର ଉପସଭାପତି ରଶିଦ ଖାଁ, ଜିଲ୍ଲା ବାଲେଶ୍ବରର ନାଜିମ ଅବଦୁଲ ଓଦୁଦ, ଜିଲ୍ଲା ଭଦ୍ରକର ନାଜିମ ସେକ ଏଜାଜ, ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ ନାଜିମ ଅଜିଜୁଲ୍ଲା ଖାଁ, ଜିଲ୍ଲା କଟକ ନାଜିମ ସୟଦ ବଶିର ଅହମଦ, ଜିଲ୍ଲା ଯୁବ ସଂଗଠନର ସଭାପତି ଶଫାକତ ଅଲ୍ଲି, ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ମୌଲାନା ଇନଚାର୍ଜ ହଲିମ ଅହମଦ, କଟକ ମୌଲାନା ଫଜଲ ହକ ଖାଁ, ସୁଙ୍ଗୁଡା ମୌଲାନା ମକସୁଦ ଅଲ୍ଲି ଅହମଦ, ଧୁଆଁସାହି ମୌଲାନା ଅବଦୁର ରହିମ ଦର୍ଦ, ମୌଲାନା କରାମତ ଅହମଦ, ମୌଲାନା ସୟଦ ଫଜଲେ ନଇମଙ୍କ ବ୍ୟତୀତ ଜିଲ୍ଲା ଖୋର୍ଦ୍ଧା, ନୟାଗଡ, କଟକ, ଢେଙ୍କାନାଳ, ଅନଗୁଳୁ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରର ଶତାଧିକ ଅନସାରୁଲ୍ଲାଃ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading