ମୁମ୍ବାଇ -: ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ହେନେରିକ୍ କ୍ଲାସେଁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସେ ଜଣେ ପ୍ରଶଂସକଙ୍କୁ ଧମକାଉଥିବା ଶୁଣାଯାଉଛି।ଘଟଣାଟି ମୁମ୍ବାଇ ଏୟାରପୋର୍ଟର ବୋଲି ମନେକରାଯାଉଛି। କ୍ଲାସେଁ ନିଜ ପରିବାର ସହ ଯାଉଥିବାବେଳେ ଜଣେ ବ୍ୟକ୍ତି ତାହାର ଭିଡିଓ ଉତ୍ତୋଳନ କରୁଥିବା ଦେଖିବା ପରେ ସେ ତାହାକୁ ବାରଣ କରିଥିଲେ। ଖେଳାଳିଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଙ୍ଘନ କରିବା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ଭିଡିଓ ଉତ୍ତେଳନ କରିଚାଲିଥିଲେ।

ଏହା ଦେଖି କ୍ଲାସେଁ କହିଲେ,“ ଏହା କରନାହିଁ , ମୋ କଥା ଶୁଣ, ଏହା କରନାହିଁ। ମୁଁ ନାହିଁ କହୁଛି, ଏଠାରୁ ଚାଲିଯାଅ।’’ ସେ ଏପରି କହିବା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ତାହାକୁ କର୍ଣ୍ଣପାତ ନ କରି ଭିଡିଓ ଉତ୍ତୋଳନ ଜାରି ରଖିଥିଲେ। ଏହା ପରେ କ୍ଲାସେଁ ଟିକିଏ ବିରକ୍ତ ହୋଇ କହିଥିଲେ, “ ଧନ୍ୟବାଦ, କିନ୍ତୁ ଫଟୋ ଉଠାଅ ନାହିଁ। ଯଦି ଫଟୋ ଉଠାଇବ ତେବେ ମୁଁ ତୁମକୁ ତଳକୁ ଖସାଇଦେବି ( ମାଡ଼ ମାରିବାକୁ ପଛାଇବି ନାହିଁ)’’। ଏପ୍ରିଲ ୨୯ରେ ମୁମ୍ବାଇରେ ହୋଇଥିବା ମ୍ୟାଚ୍ରେ ସନ୍ରାଇଜର୍ସ ୬ ଓ୍ବିକେଟ୍ରେ ବିଜୟୀ ହୋଇଥିଲା ଓ ଏହି ମ୍ୟାଚ୍ରେ କ୍ଲାସେଁ ୬୫ ରନ୍ କରିବା ସହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Discover more from odia.bnslive.in
Subscribe to get the latest posts sent to your email.
