ରେକର୍ଡ ସଚିନଙ୍କ ନାଁରେ, ହେଲେ ବିରାଟ କାହିଁକି ଶ୍ରେଷ୍ଠ ?

Creat A Revolution
           

କ୍ରିକେଟରେ ତୁଳନା ନୂଆ କଥା ନୁହେଁ, କିନ୍ତୁ ଯେତେବେଳେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ମଧ୍ୟରେ ତୁଳନା କରାଯାଏ, ତାହା ବେଶ୍ ଚର୍ଚ୍ଚାରେ ରହିଥାଏ । ଏବେ ସେହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ଡିଭିଲିୟର୍ସଙ୍କ ଦୃଷ୍ଟିରେ ଟେଷ୍ଟ କ୍ରିକେଟରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କଠାରୁ ମଧ୍ୟ ଆଗକୁ ଯାଇ ନିଜର ଛାପ ଛାଡ଼ିଛନ୍ତି । ଡିଭିଲିୟର୍ସ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କ ବିଦେଶୀ ପ୍ରଦର୍ଶନ ବିଷୟରେ କଥା ହେବା ସମୟରେ ସଚିନଙ୍କ ଉଲ୍ଲେଖ କରିଥିଲେ । ତାଙ୍କ ମତରେ, ସଚିନ ସେହି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଥିଲେ, ଯିଏ ବିଶ୍ୱକୁ ଦେଖାଇଥିଲେ ଯେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେବଳ ଘରୋଇ ପିଚ୍‌ରେ ନୁହେଁ, କଠିନ ବିଦେଶୀ ପରିସ୍ଥିତିରେ ମଧ୍ୟ ରନ୍ କରିପାରନ୍ତି ।

କିନ୍ତୁ ଡିଭିଲିୟର୍ସଙ୍କ ନଜରରେ ବିରାଟ ସେହି ଐତିହ୍ୟକୁ ଆହୁରି ଆଗକୁ ନେଇଛନ୍ତି । ବିଶେଷକରି ଦ୍ରୁତ ବୋଲରଙ୍କୁ ସହାୟତା କରୁଥିବା ପିଚ୍ ଏବଂ ଅଧିକ ବାଉନ୍ସ ଥିବା ବିଦେଶୀ ପରିସ୍ଥିତିରେ ବିରାଟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କୁ ସଚିନଙ୍କଠୁ ଅଲଗା କରିଛି ।

SENA ଦେଶ—ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ସଚିନଙ୍କ ରେକର୍ଡ ବିରାଟଙ୍କଠାରୁ ଭଲ। ସଚିନ ଏହି ଚାରି ଦେଶରେ ୬୩ଟି ଟେଷ୍ଟ ଖେଳି ୫,୩୮୭ ରନ୍ କରିଥିଲେ । ଯେଉଁଥିରେ ୧୭ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଛି ।  ବିରାଟ SENA ଦେଶଗୁଡ଼ିକରେ ୪୬ଟି ଟେଷ୍ଟ ଖେଳି ୩,୬୬୧ ରନ୍ କରିଛନ୍ତି । ତାଙ୍କ ଆଭେରେଜ୍ ୪୨.୦୮ ଥିବା ବେଳେ ସେ ୧୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading