ଏମ୍.କେ.ଏସ୍.ପି. ରେ ପାଳିତ ହେଲା ରଜ ଉତ୍ସବ-୨୦୨୫

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ରଜପର୍ବ ହେଉଛି ପ୍ରତି ଓଡିଆ ମାନଙ୍କ ର ଗର୍ବ ଉଲ୍ଲାସ ର ଗଣ ଉତ୍ସବ । ପ୍ରତି ବର୍ଷ ଆସାଢ ମାସ ଆରମ୍ଭ ରେ ଏହି ପର୍ବ କୁ ପ୍ରତି ଟି ଓଡିଆ ବିଭିନ୍ନ ପିଠାପଣା ର ଆସର ସହିତ ଦୋଳି ଖେଳ, ପୁଚି ଖେଳ ଇତ୍ୟାଦି ମାଧ୍ୟମରେ ବଡ ଧୁମ୍ ଧାମ୍ ରେ ପାଳନ କରିଥାଆନ୍ତି । ସାଧାରଣତଃ ଏହା ପ୍ରଥମ ରଜ ବା ପହିଲି ରଜ, ରଜ ସଂକା୍ରନ୍ତି ଓ ଶେଷ ରଜ ଏହିଭଳି ତିନିଦିନ ଧରି ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷି ରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ରେଡିଓ, ସ୍ୱାତୀ, ରୋଟାରୀ କ୍ଲବ୍, ଜିଲ୍ଲା ଲେଖକ ସାମୁଖ୍ୟ, ବରିଷ୍ଠ ନାଗରିକ ସଂଘ ଓ ଇ-ପାଠାଗାର ଫୁଲବାଣୀ ଙ୍କ ମିଳିତ ସହଯୋଗ ରେ ଏମ୍.କେ.ଏସ୍.ପି. ଫୁଲବାଣୀ ଠାରେ ରଜ ଉତ୍ସବ -୨୦୨୫ ପାଳିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସଜ୍ଜିତ ଦୋଳି କୁ ଉଦ୍ଘାଟନ କରି ପରମ୍ପରା ର ନିଆରା ପର୍ବ କୁ ଏହିଭଳି ଆୟୋଜନ କରି ସମସ୍ତ ବର୍ଗ ର ଜନସାଧାରାଣ ଙ୍କୁ ଯୋଡି ପାରିଥିବାରୁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏବର୍ଷ ରଜ ଉତ୍ସବ କୁ ଫୁଲ ତିଡା ବଦଳରେ ଗଛ ରେ ପାଣି ଦେଇ ଏକ ନିଆରା ପରମ୍ପରା କୁ ଗ୍ରହଣ କରାଯାଇଥିଲା । ତତ୍ ସହିତ କନ୍ଧମାଳ ର ଚର୍ଚିତ ଜୋଡା ମୁଣ୍ଡ ଶିଶୁ ଜଗା ଓ ତାର ଭଉଣୀ ସୁଭଦ୍ରା ପ୍ରଥମେ ଦୋଳି ଖେଳି ଏହି ପର୍ବ କୁ ଆହୁରି ନିଆରା କରିଥିଲା । ଦୁଇଦିନ ଧରି ପାଳିତ ଏହି ଉତ୍ସବ ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ସାମିଲ କରିବାର ଚେଷ୍ଟା ରଖି ବାଳିକା, ମହିଳା ଓ ବୟସ୍କ ବ୍ୟକ୍ତି ଙ୍କ ପାଇଁ ପ୍ରତିଯୋଗିତା ଯଥା-ମ୍ୟୁଜିକ୍ ଚେୟାର, ପୁଚି ଖେଳ, ହୁଳ ହୁଳି, ଶଙ୍ଖ ବାଦନ, ରଜ ପିଠା ଆଦି ଆୟୋଜନ କରାଯାଇ କୃତି ପ୍ରତିଯୋଗି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥର ରଜ ଉତ୍ସବ ର ଦିତ୍ୱୀୟ ଦିବସରେ ମୂଖ୍ୟ ଆକର୍ଷଣ ଥିଲା ରଜ ନନ୍ଦିନୀ ପ୍ରତିଯୋଗିତା ଯାହା ପ୍ରମିଳା ମାଣ୍ଡିଆ କୃତକାର୍ଯ୍ୟ ହୋଇ ଏଥରର ମୁକୁଟ ପିନ୍ଧିଥିଲେ । ତତ୍ସହିତ ଜିଲ୍ଲା ଲେଖକ ସାମୁଖ୍ୟ ଙ୍କ ଦ୍ୱାରା ସୁରଚିତ ରଜ ସଂପର୍କିତ କବିତା ପାଠ ଏବଂ ବରିଷ୍ଠ ନାଗରିକ ଙ୍କ ଦ୍ୱାରା ହସ କଥା ଉପସ୍ଥାପନା ଭଳି ନିଆରା କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା । ମଝିରେ ମଝିରେ ସ୍ୱାତୀ ଆନୁଷ୍ଠାନ ଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ପ୍ରସ୍ତୁତ ପକୋଡି, ସୁପ୍, ଆଳୁଚପ୍ ଇତ୍ୟାଦି ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିଥିଲା । ଏମ୍.କେ.ଏସ୍.ପି. ର ସଭାପତି ବରିଷ୍ଠ ଆଇନ୍ଜିବି ବିଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଦୁର ବ୍ରହ୍ମପୁର ର ଆଇନ୍ ବିସାରଦ ଅନିଲ ପ୍ରଧାନ, ବରିଷ୍ଠ ନାଗରିକ ମଂଚର ସଭାପତି ପଦ୍ମଚରଣ ସ୍ୱାଇଁ, ଉପଦେଷ୍ଟା ରାଜକିଶୋର ବେହେରା ଏବଂ ସ୍ୱାତୀ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପ୍ରମୁଖ ଅତିଥି ଭାବେ ରହି ରଜପର୍ବର ମହତ୍ୱ ବିଷୟରେ ଆଲୋଚନା କରିବାସହିତ ବରିଷ୍ଠ ନାଗରିକ ଙ୍କ ପ୍ରତି ସମ୍ମାନ ଦିଗରେ ଆଲୋଚନା କରିଥିଲେ । ପ୍ରଣବ ମଣ୍ଡଳ, ବଂଶୀଧର ପଣ୍ଡା, ନବିନ ପଣ୍ଡା, ନବକିଶୋର ରଥ, ମଞୁଳା ପାଣୀଗ୍ରାହି ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ବରିଷ୍ଠ ନାଗରିକ ମାନଙ୍କ ର ଉପସ୍ଥିତି ପର୍ବପାଳନ କୁ ନିଶ୍ଚିତ ଟିକେ ନିଆରା କରିଥିଲା । କାର୍ଯ୍ୟକ୍ରମ ଶେଷରେ ମୂଖ୍ୟ ଅତିଥି ଡାକ୍ତର ପାଢୀ ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କ ଆଗ୍ରହକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଏମ୍.କେ.ଏସ୍.ପି. ଫୁଲବାଣୀ ର ସଂପାଦକ ଶରତ ସାହୁ, ବିପିନ ପଟ୍ଟନାୟକ, ସଚିଦାନନ୍ଦ ମହାପାତ୍ର, ଜୟଦେବ ନାୟକ, ମୋତିରାମ ମିଶ୍ର, ସତ୍ୟ ପାତ୍ର, ଅଶୋକ ମିଶ୍ର, ସନାତନ ମିଶ୍ର, ସ୍ୱାତୀ ଅନୁଷ୍ଠାନ ର ବିଶ୍ୱରଞନ କର, ଶିବ ସୁନ୍ଦର ସାହୁ, ସରସ୍ୱତୀ ବିନ୍ଧାଣୀ, ପ୍ରଭାତ କୁମାର ଦାସ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading