ଉପବାସରେ ବିତୁଛି ଜୀବନ ଭଙ୍ଗାରୁଜା ଘରେ , ପଡୁନାହିଁ ପ୍ରଶାସନର ଦୃଷ୍ଟି ।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାରନ୍ଧାପଡା ପଞ୍ଚାୟତ ଅନ୍ତର୍ଗତ ବଉପଙ୍ଗା ଘିଉଗାଡି ଗାଁର ମନ୍ଧ ଦିଗାଲ ନିଜ ମା ସ୍ତ୍ରୀ ପୁଅ ଝିଅ ମାନଙ୍କୁ ନେଇ ଦିର୍ଘ ବର୍ଷ ରୁ ଭଙ୍ଗା କାନ୍ଥ ଦଦରା କୁଡ଼ିଆରେ ରହିଆସୁଛନ୍ତି। ଗାଁ ଲୋକ ଓ ପରିବାର କହିବା ଅନୁସାରେ ଦିର୍ଘ ବର୍ଷରୁ ପାଞ୍ଚ ଜଣ ସଦସ୍ୟ ବର୍ଷା ଖରାରେ ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀ ଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ରହିବାକୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଇଛି କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜିବି ପହଞ୍ଚି ପାରୁନାହିଁ ଏହି ପରିବାର କୁ ମାଗଣା ଚାଉଳ ଓ ଭଲ ଘର ଖଣ୍ଡିଏ ଯାହା ଫଳରେ ଏହି ଗରିବ ପରିବାର ଦିନେ ଖାଦ୍ୟ ଖାଇ ଦିନେ ଉପବାସରେ ରହୁଥିବା କହିଛନ୍ତି ବୋଉପଙ୍ଗା ଗ୍ରାମବାସୀ ଯାହା ଫଳରେ ଗରିବ ପରିବାର ଝାଟିମାଟି କୁଡ଼ିଆରେ ଜୀବନ ବିତାଉଛନ୍ତି। ନୂତନ ରେସନ କାର୍ଡ ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟ ସଫଳ ନହେବା କହିଛନ୍ତି ବୋଉପଙ୍ଗା ଘିଉଗାଡିର ମନ୍ଧ ଦିଗାଲ ଯୋଗ୍ୟ ହିତାଧିକାରୀ । ଝାଟିମାଟି କୁଡ଼ିଆରେ ରହି ଆସୁଥିବା ପରିବାରକୁ ମିଳୁନାହିଁ ରାସନ୍ କାର୍ଡ ଓ ଆବାସ ଯାହାକି ପରିବାର ପାଇଁ ଦୁଃଖର ବିଷୟ ଦିନ ମଜୁରି ଯାଇ ଯେତିକି ମିଳୁଛି ସେତିକିରେ ପରିବାର ଚଳିବା ବହୁତ କଷ୍ଟକର ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ମନ୍ଧ ଦିଗାଲ ।ଦେଖାଯାଉ ବର୍ତ୍ତମାନ ନୂତନ ମୋହନ ମାଝି ସରକାରଙ୍କ ଦୃଷ୍ଟି କେବେ ପଡିବ ମନ୍ଧ ଦିଗାଲଙ୍କ ପରିବାରର ଉପରେ । ମନ୍ଧ ଦିଗାଲ ପରିବାରର ଦୁଃଖ ସରକାର କେବେ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading