ଆଜି ସାରା ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କରେନେସନ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ଓ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ରୂପେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ, ମାନ୍ୟବର ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଅଭ୍ୟାସ କରିବା ଦ୍ୱାରା ମନୁଷ୍ୟର ମାନସିକ ଚାପ ଅବସାଦ ହେବାସହିତ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ଓ ଶରୀରର ନମନିୟତା ବୃଦ୍ଧି କରି ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଯାହା ଦ୍ଵାରା ଜୀବନର ବ୍ୟାପକ ପ୍ରସାର ସହ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ ଥାଏ ବୋଲି ବୁଝାଇବା ସହ ଦୈନିକ ଯୋଗ ଅଭ୍ୟାସ କରିବା ପାଇଁ ଶପଥ ପାଠ କରାଇଥିଲେ । ଯୋଗ ଗୁରୁ ଶ୍ରୀ ପ୍ରଶାନ୍ତ କୁମାର ଦାସ ଯୋଗ ଅଭ୍ୟାସ ପରିଚାଳନା କରିଥିଲେ । ଏଥିରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ ରୁତୁରାଜ, କନ୍ଧମାଳ ଆରଖୀ ଅଧିକାରୀ ଶ୍ରୀ ହରିଶ ବିଶି, ଜିଲ୍ଲା କାର୍ଯ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ,ସେତ ବିଭିନ୍ନ ଜନପ୍ରତିନିଧି, ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସମାଜସେବୀ ଜନସାଧାରଣ ଯୋଗ ଦେଇଥିଲେ ।
Discover more from odia.bnslive.in
Subscribe to get the latest posts sent to your email.