କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଲିଶାପଦର ଗ୍ରାମର ଜୋସେଫ ମୁଠାମାଝୀ ଝିଅଙ୍କ ନାମ ଆଧାର କାର୍ଡ ରେ ରାହେଲି ମାଝୀ ପରିବର୍ତେ ରାଇଲି ମାଝୀ ଥିବା ଯୋଗୁ ଅନେକ ସମସ୍ୟା ସମ୍ମୁଖିନ ହେଉଛନ୍ତି । ୯ ବର୍ଷ ବୟସ ବାଳିକା ରାହେଲି ମୁଠାମାଝୀ ବିଦ୍ୟାଳୟ ରେ ନାମ ଲେଖା ହେଉ କିମ୍ବା ସଂଚୟ ଖାତାଖୋଲିବା ହେଉ ଜାତି ପ୍ରମାଣ,ହେଉ କିମ୍ବା ବାସିନ୍ଦା ପ୍ରମାଣପତ୍ର ହେଉ ଆବଶ୍ୟକୀୟ କାଗଜ ପତ୍ର ବାହାର କରିବାରେ ଅସୁବିଧା ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀଙ୍କୁ ପିତା ଜୋସେଫ ମୁଠାମାଝୀ ସାମ୍ବାଦିକଙ୍କ ଜରିଆରେ ଝିଅ ଙ୍କ ନାମ ରାଇଲି ମାଝୀ ପରିବର୍ତେ ଆଧାର କାର୍ଡରେ ରାହେଲି ମୁଠାମାଝୀ କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।
Discover more from odia.bnslive.in
Subscribe to get the latest posts sent to your email.