କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପାହିରାଜୁ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବହୁ ଅବ୍ୟବସ୍ଥାରେ ଏବଂ ବିପଦ ସଂକୂଳ ଅବ୍ୟବସ୍ଥାରେ ରହିଛି। ଯାହାକୁ ନେଇଁ ପିଣ୍ଡାଙ୍ଗି ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ବର୍ଷରୁ ନିର୍ମିତ ଏହି ଅଙ୍ଗନୱାଡି କେନ୍ଦ୍ର ଗୃହ ଦୁର୍ବଳ ହୋଇଥିବାବେଳେ ଛାତରୁ ପାଣି ଘର ଭିତରେ ପଡୁଥିବା ମଧ୍ୟ ଦେଖାଯାଉଛି ଏବଂ କାନ୍ଥର ଇଟା ବାହାରି କାନ୍ଥ ମଧ୍ୟ ଫାଟି ଆଁ କଲାଣି କେବଳ ଏତିକି ନୂହେଁ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ରର କୌଣସି ସୁରକ୍ଷା ପାଚେରୀ ନଥିବା ବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କିଛି ନଥିବାରୁ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ବହୁ ଅସୁବିଧା ରେ ଚାଲୁଛି। ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ଫିରିଙ୍ଗିଆ ବ୍ଲକ୍ ର ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ି ପାରୁନାହିଁ । ବର୍ତ୍ତମାନ ଅଙ୍ଗନୱାଡି କେନ୍ଦ୍ର ରେ ୧୫ ଜଣ କୋମଳ ମତି ଶିଶୁ ପାଠ ପଢ଼ୁଛନ୍ତି। କେବଳ ଏତିକି ନୂହେଁ କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା ମଧ୍ୟ ଏହି ଅଙ୍ଗନୱାଡି କେନ୍ଦ୍ର ଉପରେ ନିର୍ଭର ଶିଳ ପାଖାପାଖି ସେଭଳି ଅନ୍ୟାନ୍ୟ ମେଡିକାଲ କିମ୍ବା ସୁବିଧା ପାଇଁ ବ୍ୟବସ୍ଥା ନଥିବାରୁ ଅଙ୍ଗନୱାଡି କେନ୍ଦ୍ର ହିଁ ଏହି ଅଞ୍ଚଳ ପାଇଁ ସାହାରା ତେବେ ବର୍ତମାନ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଅଧାଭାଙ୍ଗି ହୋଇ ରହିଛି । ଯାହାକି କୁନି କୁନି କୋମଳ ମତି ଶିଶୁ ମାନଙ୍କ ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି। ଅଙ୍ଗନୱାଡି କେନ୍ଦ୍ର ରେ ରୋଷେଇ ଘର ଟିଏ ମଧ୍ୟ ହୋଇପାରିନାହିଁ । ଏହି ବିପଦ ସଂକେତ ଅଙ୍ଗନୱାଡି କେନ୍ଦ୍ର ସ୍ଥାନରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ, ରୋଷେଇ ଘର, ସୁରକ୍ଷା ପାଚେରୀ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାପାଇଁ ନିବେଦନ କରିଛନ୍ତି ପିଣ୍ଡାଙ୍ଗି ଗ୍ରାମବାସୀ ହେଲେ ସମାଜ ସେବୀ ଶ୍ରୀଧର ସାହୁ, ଦାମୋଦର କହଁର, ପ୍ରଦିପ ଦିଗାଲ,ରଙ୍ଗା କହଁର,ସୁହିରା କହଁର,ଦିସୁ କହଁର, ମାଧବ କହଁର ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରିବାପାଇଁ ଗ୍ରାମ ବାସି ଦାବି କରିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.