କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳର ଶଶାଙ୍କ ଶେଖର ସ୍ମୃତି କମିଟି ଓ ଜିଲା ବିକାଶ ପରିଷଦ,କନ୍ଧମାଳ ପକ୍ଷରୁ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ବାର୍ଷିକ ତିରୋଧାନ ଦିବସ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜିଲ୍ଲାର ପରଲୋକ ଗତ ସାମାଜିକ କର୍ମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଜିଲା ବିକାଶ ପରିଷଦର ସମ୍ପାଦକ ତଥା ସମାଜ ସେବୀ ଅଶୋକ ପରିଡା ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ବାର୍ଷିକ ସ୍ମୃତିସଭାକୁ ସ୍ୱାଗତ ଜଣାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।କନ୍ଧମାଳ ଜିଲ୍ଲାରେ ବିଗତ ଦିନରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନରେ ନିଜକୁ ଉତ୍ସର୍ଗ କରିଥିବା ୧୫ଜଣ ସମାଜସେବୀଙ୍କ ସ୍ମୃତି ଚାରଣ କରିଥିଲେ। ସାମାଜିକ କର୍ମୀମାନେ ସାଧାରଣ ଜୀବନ ଯାପନ କରି ସାଧାରଣ ଜନତାଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରୟାଶ କରିଥାନ୍ତି। କନ୍ଧମାଳ ଜିଲ୍ଲାରେ ଶଶାଙ୍କ ଶେଖର ସାହୁ ନିଶା ବନ୍ଦ, ଜଳବାୟୁ ପରିବର୍ତ୍ତନ, ଯୁବ ଓ ମହିଳା ସଶକ୍ତିକରଣ, ସମବାୟ ଜରିଆରେ ଆର୍ଥିକ ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଆଦି ବିବିଧ କ୍ଷେତ୍ରରେ କାର୍ଯ୍ୟ କରି ଜଣେ ବହୁ ପ୍ରତିଭାର ଅଧିକାରୀ ଥିଲେ । ଜିଲା ସ୍ୱଛାସେବୀ ମହାସଂଘର ଆବାହକ ଥିଲାବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ସାହାଯ୍ୟର ହାତ ବଢାଇବା ସହ ସପ୍ତାହ ବ୍ୟାପି ସ୍ମରଣୀୟ ଜିଲା ମହୋତ୍ସବ କରୋନେସନ ପଡିଆରେ ଆୟୋଜନ କରି ଏକ ମାଇଲଖୁଣ୍ଟି ଛାଡି ଯାଇଛନ୍ତି। ଜିଲ୍ଲାର ଅନନ୍ୟ ପରିବର୍ତ୍ତନକାରୀ ଭାବେ ପରଲୋକଗତ ବନବାସୀ ସେବା ସମିତିର ବିଶ୍ୱନାଥ ପଟନାୟକ ବଡ ଆଞା ,ଯିଏ କୋରାପୁଟିଆ ଗାନ୍ଧୀ ଭାବେ ପରିଚିତ, ସୂଦୁର କେରଳରୁ ଆସିଥିବା ଜାଗୃତିର ଆଲବର୍ଟ ଯୋଶେଫ, ବିହାରରୁ ଆସି ସାମାଜିକ ପରିବର୍ତ୍ତନ କାର୍ଯ୍ୟ କରୁଥିବା ପ୍ରଦତ୍ତର ପରେଶ ଭାଇ, କେରଳରୁ ଆସି ଜନସେବା କରୁଥିବା ଜନ ବିକାଶର ଫାଦର ଅଗଷ୍ଟିନ, ପାବୁରିଆ ପଲ୍ଲୀଶ୍ରୀ ପାଉଲ ପ୍ରଧାନ ଓ ଜି ଉଦୟଗିରି ଜିଏମଏସର ହେମନ୍ତ ନାୟକଙ୍କ ପ୍ରଚେଷ୍ଟାରେ ସିକିଲସେଲକୁ ଓ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ସ୍ଥାନୀତ କରିଥିବା ପ୍ରମୁଖ ନିଷ୍ଠାପର କର୍ମୀ ଭାବେ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଗାନ୍ଧୀଆନ ବିନୋଦ ମହାନ୍ତି ଗାନ୍ଧୀଙ୍କ ବିଚାର ଧାରାରେ ସାମାଜିକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।ସେହିଭଳି ଗ୍ରାମ୍ୟ ପ୍ରଗତିର ସ୍ୱର୍ଗତ ଯମଜ ପରିଛା, କଲ୍ୟାଣୀର ରବୀନ୍ଦ୍ର କୁମାର ସାହୁ, ଫାରେଲର ବିସପ ଆନସେଲନ ନାୟକ,ପ୍ରଦତ୍ତର ଶୁସୀଳା ଦାସ, ଟିକାବାଲି ସେବାର ପ୍ରତିଷ୍ଟାତା ସ୍ୱର୍ଗତ ଚାରୁମଣି ପରିଡା, ସେବାଭାରତୀର ଅଜୟ ମହାନ୍ତି , ଓଏସିସିର ଇ କୁଞବିହାରୀ ସେନାପତି ପ୍ରମୁଖଙ୍କ ବହୁମୂଖି ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା।ଜଣେ ଦୀର୍ଘଦିନ ବଞ୍ଚିବା ବଡ କଥା ନୁହେଁ, ସ୍ୱଳ୍ପ ଜୀବନ କାଳ ମଧ୍ୟରେ କରିଥିବା ଲୋକହିତକର କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରିଥାଏ।କିନ୍ତୁ ଦେଖାଯାଏ ଆଜିର ବ୍ୟୟ ବହୁଳ ଯୁଗରେ ଲୋଭ ,ମୋହରେ ପଡି କେତେ ଛଦ୍ମବେଶୀ ବୃତ୍ତିକୁ କଳୁଷିତ କରୁଛନ୍ତି।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ କମିଟିର ସଭାପତି ଡ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ପରୋପକାର କରିବା ଓ ନିଃସ୍ୱାର୍ଥପର ପରିବର୍ତ୍ତନ କାରୀମାନଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ।ଅନ୍ୟତମ ଅତିଥି ଭାବେ ଜିଲା ପ୍ରେସକ୍ଳବର ସଭାପତି ସୁନିଲ ପଟ୍ଟନାୟକ ପରଲୋକ ଗତ ସାମାଜିକ କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ମତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାରେଲର ସମ୍ପାଦକ ଅମିତ ନାୟକ, ପରିବେଶର ସମ୍ପାଦକ ଶାନ୍ତନୁ କୁମାର ମିଶ୍ର,ଆହେଡର ରାଜୀବ ଲୋଚନ ମିଶ୍ର,କଳିଙ୍ଗ ସେବା ସଦନର ଷଷ୍ଠି ପ୍ରସାଦ ମିଶ୍ର, ପାହାଡର ସର୍ବେଶ୍ୱର ମାଝି,ଗ୍ରାମ୍ୟ ପ୍ରଗତିର ଶିବଶଙ୍କର ବେହେରା,ଓଏସିସର ପରଲୋକ ଗତ ଇ କୁଞବିହାରୀ ସେନାପତିଙ୍କ ଧର୍ମପତ୍ନୀ ରୋଜାଲି ସେନାପତି , ଆଇନଜୀବୀ ସତ୍ୟନାରାୟଣ ବେହେରା, ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ବିରଷ୍ଠ ନାଗରିକ ବଂଶୀଧର ପଣ୍ଡା, ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକାରୀ ସଭାପତି ନବ କିଶୋର ରଥ,ସାଧାରଣ ସଂମ୍ପାଦକ ପ୍ରଣବ ମଣ୍ଡଳ ,ନାରୀନେତ୍ରୀ ସୁମତି ମହାରଣା , ସେନସ ଭଲର ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ପରଲୋକ ଗତ ସାମାଜିକ କର୍ମକର୍ତ୍ତାଙ୍କ ସ୍ମୃତି ଚାରଣ କରିଥିଲେ। ଶଶାଙ୍କ ଶେଖର ସ୍ମୃତି କମିଟିର ପୃଷ୍ଠପୋଷକ ପଦ୍ମଚରଣ ସାହୁ ସ୍ୱର୍ଗତ ଶାଶାଙ୍କ ସମେତ କୋରାପୁଟିଆ ଗାନ୍ଧୀ ତଥା ବଡ ଆଞାଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।ବହୁ ଶୁଭେଛୁ, ବରିଷ୍ଠ ନାଗରିକ ସ୍ମୃତି ସଭାରେ ଯୋଗ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.