ଓଏଲ ଏମର ସିଆରପି ସିଏମ କନ୍ଧମାଳ ପକ୍ଷରୁ ୪ଦଫା ଦାବୀପତ୍ର ପ୍ରଦାନ।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଓଡିଶା ଜୀବିକା ମିଶନରେ କାର୍ଯ୍ୟ ରତ ସିଆରପି-ସିଏମ ମାନଙ୍କୁ ସରକାର ମାସିକ ପାରିଶ୍ରମିକ ବଦଳରେ କାର୍ଯ୍ୟ ୱାରି ଇନସେନଟିଭ ପ୍ରଦାନକୁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି କନ୍ଧମାଳ ଜିଲ୍ଲା ସିଆରପି ମାନଙ୍କ ପକ୍ଷରୁ ଚାରିଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର କନ୍ଧମାଳ ଅତିରିକ୍ତ ଜିଲାପାଳ ରମେଶ ଜେନାଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାସିକ ୬ହଜାର ଏକ ଶହ ଟଙ୍କା ହାରରେ ବେତନ ସରକାର ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ତା ପରଠାରୁ ୪ମାସ ହେଲା ଦରମା ପ୍ରଦାନ କରାଯାଇନାହିଁ। ପୁନଃ ମାସିକ ଦରମା ନ ଦେଇ କାମୱାରୀ ଇନସେନଟିଭ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ୬୧୦୦ଟଙ୍କା ଦରମା ସ୍ଥାନରେ ଇନସେନଟିଭ ଆକାରରେ ମାତ୍ର ୧୫୦୦ରୁ ୨୦୦୦ଟଙ୍କା ମିଳିବ। ସମସ୍ତ କର୍ମଚାରୀଙ୍କର ଦରମା ଓ ପାରିଶ୍ରମିକ ବଢୁଥିବା ବେଳେ ହୁ ହୁ ଦରବୃଦ୍ଧି ଯୁଗରେ ସିଆରପି ମାନଙ୍କୁ କମ ପାରିଶ୍ରମିକ ଦେବା ଦୁର୍ଭାଗ୍ୟ ଜନକ।ଏହା ବ୍ୟତୀତ ଅନ ଲାଇନ କାମ ପାଇଁ ଗୋଟିଏ ଟାବଲଏଡ ଯୋଗାଇ ଦେବା,ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ବଦଳରେ ବ୍ଲକ ଜୀବିକା ମିଶନରୁ ସିଧାସଳଖ ଦରମା ଦେବା ଏବଂ ମାସିକ ଦରମା ୬୧୦୦ରୁ ୧୦ହଜାରକୁ ସର୍ବନିମ୍ନ ବୃଦ୍ଧି କରିବାକୁ ଦାବୀପତ୍ରରେ ଉଲ୍ଲେଖ ରହିଛି। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସହୃଦୟତାର ସହ ହସ୍ତକ୍ଷେପ କରି ଦାବୀ ପୁରଣ କରିବାକୁ ଜିଲା ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅବସରରେ ଜିଲା ସଭାପତି ଗୀତାଞଳୀ କହଁରଙ୍କ ସହ ସଂମ୍ପାଦିକା ସୁସ୍ମିତା ନାୟକ , ଗିତାରାଣୀ କହଁର, ଅମିତା ପ୍ରଧାନ, ପାଞ୍ଚାଳି ପ୍ରଧାନ,ନର୍ମଦା ଦିଗାଲ,ଶିବାନି ଦେହୁରୀ,ମଧୁମିତା ପ୍ରଧାନ, ସ୍ନେହଲତା ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading