କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ବାର୍ଦ୍ଧକ୍ୟ ସମୟର ଚିକିତ୍ସା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦୁରଦୁରାନ୍ତ ଗ୍ରାମ ଗୁଡିକରେ ସଚେତନତା ର ଅଭାବ ଓ ଆନୁଷ୍ଠାନିକ ସୁବୁଧା ସୁଯୋଗ ଅପହଂଚ ଥିବାରୁ ବହୁ ବୃଦ୍ଧ ଓ ବୃଦ୍ଧା ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ ସେମାନଙ୍କ ର ସ୍ୱାସ୍ଥ୍ୟଗତ ଯତ୍ନ ନିମନ୍ତେ ସହଯୋଗର ଆବଶ୍ୟକତା ରହିଛି । ଏହାକୁ ଆଖିଆଗରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଦ୍ୱାର ଦେଶରେ ଚିକିତ୍ସା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସାରଙ୍ଗଗଡ, ବେଲଘର, ଫିରିଙ୍ଗିଆ,ଇନ୍ଦ୍ରଗଡ ଭଳି ଅବହେଳିତ ଅଂଚଳ ର ଗ୍ରାମ ଗୁଡିକରେ ଷ୍ଟାଫ୍ ନର୍ଶ ମାନେ ପହଂଚି ରୋଗରେ ପିଡିତ ଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କ ର ଚିକିତ୍ସା କରାଇବା ସହିତ ସେମାନଙ୍କର ରକ୍ତଚାପ ଓ ସ୍ପନ୍ଦନ ମାପିବ ଏବଂ ପରାମର୍ଶ ଯନିତ ସେବା ଦେବା ଭଳି କାର୍ଯ୍ୟ କରୁଛନ୍ତି ଯାହା ସେମାନଙ୍କୁ ଜିବନ ବଂଚିବାର ରାହା ମିଳିି ପାରୁଛି ଯାହାକୁ ଅଂଚଳବାଶି ପ୍ରଶଂଶା କରିଛନ୍ତି । ଏଥିସହିତ ଆଶା ଓ ଏ.ଏନ୍.ଏମ୍ ମାନଙ୍କୁ ସେବା ପାଇଁ ନେଇ ସେମାନଙ୍କ ଦ୍ୱାର ଦେଶରେ ପହଂଚାଇ ପାରୁଛନ୍ତି । ବିଗତ ଦିନରେ ପ୍ରସବ ଯାନ ରେ କାର୍ଯ୍ୟରତ ଥିବା ଏହି କର୍ମଚାରୀ ମାନେ ଫ୬ସବ ଯାନ ବନ୍ଦ ହେବା ପରେ ସେମାନଙ୍କର ବୃତି ହରାଇ କରି ଆସୁଥିବା ସେବା କୁ ଯାରି ରଖିବା ପାଇଁ ଚେଷ୍ଟା କରୁଛନ୍ତି । ବୟୋବୃଦ୍ଧ ଓ ବୃଦ୍ଧା ମାନଙ୍କ ର ସେବା ଯତ୍ନ କରି ଏହି ଷ୍ଟାଫ୍ ନର୍ସ ମାନେ ସେମାନଙ୍କର ଆଶା ନ ଭାଙ୍ଗି ଆଜିବି ସେବା କରିବା ର ଉତ୍ସାହ ନିଜ ମନରେ ରଖି କାର୍ଯ୍ୟ କରିଆସୁଛନ୍ତି । ଆହୁରି ମଧ୍ୟ କୁଟିଆ ଅଂଚଳରେ ରହୁଥିବା ଅଧିବାସୀ ମାନେ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ସ୍ତରରେ ଥିବା ସୁବିଧା ଗୁଡିକ ବିଷୟରେ ଅବଗତ ହୋଇପାରିଛନ୍ତି । ସରକାରଙ୍କର ସ୍ୱାସ୍ଥ୍ୟ ସେବା ର ପରିଶର ଗ୍ରାମ ସ୍ତରରେ ଆଶା ଦିଦି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲେ ବି ବୃଦ୍ଧ ଓ ବୃଦ୍ଧା ମାନଙ୍କର ଯତ୍ନ ନେବା ପାଇଁ ଘରୋଇ ବାର୍ଦ୍ଧକ୍ୟ ଚିକିତ୍ସା ସେବା ର ଆଜିବି ଜରୁରୀ ଅଛି । ଏହି ସେବା ଯୋଗାଇବାରେ ଅନୁଷ୍ଠାନ ତରଫରୁ ସସ୍ମିତା ନାୟକ, ଅର୍ଚିତା ମଲ୍ଲିକ, ସତରୁପା ବେହେରା, ମଧୁସ୍ମିତା ଜାନୀ, ଯସୋଦା ମଲ୍ଲିକ, ଯୋତ୍ସନା କହଁର, ସ୍ୱାଗତିକା ନାୟକ, ପ୍ରିୟଦର୍ଶନୀ ଦିଗାଲ, ଜସ୍ମିତା ଜାନି, ଅଲିଭା କହଁର ଓ ରଶ୍ମିନୀ ଦିଗାଲ ସହେଯାଗ କରୁଥିବା ବେଳେ ଆଗାମି ଦିନଗୁଡିକରେ ଏଭଳି ସେବା ଜିଲ୍ଲାରେ ଜାରି ରଖାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ କହିଥିବା ସୂଚନା ମିଳିଛି ।
Discover more from odia.bnslive.in
Subscribe to get the latest posts sent to your email.